ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ବିଲେଇମୁଣ୍ଡା ଠାରେ ଜୟ ବଜରଙ୍ଗ କ୍ଲବ ତରଫରୁ ଶିଶୁ ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କ୍ଲବର ଉପଦେଷ୍ଟା ଜଗଦିସ ପ୍ରସାଦ ସାଓ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ କୁନି କୁନି ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅଞ୍ଚଳର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ପରେ ସଂଧ୍ୟାରେ ଉଦଯାପନୀ ଉତ୍ସବରେ ଅନୁଷ୍ଠିତ ହୋଇଥିଲା । ଏହି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୁବତନ କ୍ଲବ ଅଧକ୍ଷ ଗୋପାଳ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୌରିଶଙ୍କର ହୋତା,ମନୋଜ ଅଗ୍ରୱାଲ,ନୀଳାମ୍ବର ସା,ପୁନୁଲାଲ ସା,ଉଦୟରାମ ନାଏକ,ଚିତ୍ରସେନ ଭୋଇ,ସଭାପତି ଘାସିରାମ ନାଏକ,ସମ୍ପାଦକ ଉତର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ରଞ୍ଜନ ମହାନନ୍ଦିଆ ଓ ନୃପମଣି ନାଏକ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ କ୍ଲବର ସାଗର ଭୋଇ,କାହ୍ନୁ ବାଗ,ମହେଶ ମାଝୀ,ଗଗନ ନାଏକ,ମୁରଲୀ ମାଝି,ସୁକେଶ ପ୍ରଧାନଙ୍କ ସମେତ ଗ୍ରାମ ବାସି ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।
