ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ ଆହତ; ଆତଙ୍କିତ ଲୋକେ I

ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ ଆହତ; ଆତଙ୍କିତ ଲୋକେ I

Share with people

ଆହତ ମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଥିବା ବେଳେ ୯ ଜଣ ପୁରୁଷ ରହିଥିବା ଜଣାପଡିଛି I

ଆତଙ୍କ ଖେଳାଇଛି ପାଗଳ ବିଲୁଆ

ପୋଲସରା ଅଞ୍ଚଳରେ ଆଜି ଭୋର ସକାଳୁ ସକାଳୁ ବିଲୁଆ କାମୁଡ଼ା ରେ ୨୦ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପୋଲସରା ବ୍ଲକ ଅର୍ନ୍ତଗତ ହାତୀଓଟ, ଯେମାଦେଇପୁର ଓ ପ୍ରାଣଦେଇପୁର ଗ୍ରାମର ୨୦ ଜଣେ ପୁରୁଷ ଓ ମହିଳାଙ୍କୁ ପାଗଳ ବିଲୁଆ କାମୁଡି ଆହତ କରିଛି। ଆହତ ମାନଙ୍କ ମଧ୍ୟରେ ୧୧ ଜଣ ମହିଳା ରହିଥିବା ବେଳେ ୯ ଜଣ ପୁରୁଷ ରହିଥିବା ଜଣାପଡିଛି। ବିଲୁଆ କାମୁଡାରେ ଆହତ ହୋଇଥିବା ସମସ୍ତେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସିତ ହୋଉଥିବା ଦେଖିବାକୁ ମିଳିଛି । ଡାକ୍ତରଙ୍କ କହିବା ଅନୁଯାୟୀ ବିଲୁଆ ମାନେ ଶବ ଗୁଡିକୁ ଖାଇଥାନ୍ତି । ଶବ ଗୁଡ଼ିକରେ ଫସପିନ୍ ଭଳି ଏକ ଗ୍ୟାସ୍ ରହିଥାଏ । ଯାହା ଦ୍ୱାରା ବିଲୁଆ ସେହି ମୃତ ଶବର ଫସପିନ୍ ଗ୍ୟାସର ପ୍ରଭାବ ରେ ପାଗଳ ହୋଇ ସାମ୍ନାରେ ଦେଖୁଥିବା ଲୋକଙ୍କୁ ଅତର୍କିତ ଆକ୍ରମଣ କରି କାମୁଡିଥାନ୍ତି । ଚାଷୀ ମୁଲିଆ ଠାରୁ ଆରମ୍ଭ କରି ସାଧାରଣ ଲୋକେ ବିଲୁଆ ଆକ୍ରମଣର ଶିକାର ହେଉଥିବା ବେଳେ ବର୍ତ୍ତମାନ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଣୁ ପୋଲସରା ବନାଞ୍ଚଳ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *