ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ || MAYURBHANJ NEWS

ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ || MAYURBHANJ NEWS

Share with people

ନବଜାତ ଶିଶୁଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ପ୍ରୟାସ ହେବ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କ୍ୟାପାସିଟି ବିଲ୍ଡିଂ ବଢାଇବା ସହିତ ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ମାନକୁ ଉନ୍ନତ କରାଯିବ ।

ମୟୂରଭଞ୍ଜରେ ସରକାରୀ ଯୋଜନା ସମୀକ୍ଷା

ମୟୂରଭଞ୍ଜ ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ସରକାରୀ ଯୋଜନା ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଅବସ୍ଥା ସମୀକ୍ଷା କରିଛନ୍ତି। ବାରିପଦାରେ ଆୟୋଜିତ ବୈଠକରେ – ଶିଶୁମାନଙ୍କୁ ସଠିକ୍ ପୋଷଣ, ସ୍ୱାସ୍ଥ୍ୟ ସୁରକ୍ଷା, ଉତ୍କୃଷ୍ଟ ଶିକ୍ଷା ଓ ଦକ୍ଷତା ବିକାଶ ଦିଗରେ ସରକାର ଅଗ୍ରାଧିକାର ଦେଇଛନ୍ତି ବୋଲି ସେ କହିଥିଲେ ।

ଅନ୍ୟପଟେ, ନବଜାତ ଶିଶୁଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ପ୍ରୟାସ ହେବ। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କ୍ୟାପାସିଟି ବିଲ୍ଡିଂ ବଢାଇବା ସହିତ ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ମାନକୁ ଉନ୍ନତ କରାଯିବ । ଓଡ଼ିଶାର ସାକ୍ଷରତା ହାର ବୃଦ୍ଧି କରିବା ସହ ‘ବିକଶିତ ଓଡ଼ିଶା – ବିକଶିତ ଭାରତ’ ସ୍ୱପ୍ନକୁ ସାକାର କରିବାରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ।

ଏହି ସମୟରେ କେନ୍ଦ୍ରମନ୍ତ୍ରୀ ବାରିପଦାରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଥିରେ – ୭୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ ଭବନ, ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାରିପଦା ଛଉନୃତ୍ୟ ମଣ୍ଡପ ଓ ୨୬ କୋଟି ଟଙ୍କାର ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ।ଆୟୋଜିତ ବୈଠକରେ ରାଜ୍ୟର ବିଭିନ୍ନ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *