ସୁବର୍ଣ୍ଣପୁର-ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ ଓ ମାରପିଟ କରି ଜେଲଗଲେ ଜନୈକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ।ଗତକାଲି ଅପରାହ୍ନରେ ସଦର ବିଡିଓଙ୍କୁ ଧିରେନ୍ଦ୍ର ଦାନୀ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ,ସରକାରୀ କାର୍ଯ୍ୟରେ ବାଧାଦେବା ,ଜୋର ଜବରଦସ୍ତ ବିନା ଅନୁମତିରେ କାର୍ଯ୍ୟାଳୟକୁ ପ୍ରବେଶ କରିବା ,ଅଶ୍ଳିଳ ଭାଷା ପ୍ରଯୋଗ କରିବା ତଥା ଶାରୀରିକ ଆକ୍ରମଣ କରିବା ଥାନାରେ ଅଭିଯୋଗ ହୋଇଥିଲା ।ଗତକାଲି ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତ ଗଣମାଧ୍ୟମ ପ୍ରତିନିଧିକୁ ଗିରଫ କରି ଜମାନତ ଖାରଜ ହେବା ପରେ ଜେଲକୁ ପଠେଇ ଦିଆଯାଇଛି ।ଆଜି ସଦର ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବିଡିଓଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରି ଶାରୀରିକ ଆକ୍ରମଣ କରିବାର ପ୍ରତିବାଦ କରିଛନ୍ତି ।କର୍ମଚାରୀମାନେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଦୋଷୀ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୁକ୍ତ ସାମ୍ବାଦିକ ଧିରେନ୍ଦ୍ର ଦାନୀଙ୍କୁ ଭାରତୀୟ ନ୍ୟାୟ ସଂହିତା 115(2) ,132 ,121(1) ,309(6) , 351(’3),332(ସି) ଧାରାରେ ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥାପନ କରି ବେଲ ନ ମିଳିବାରୁ ଜେଲ ହାଜତକୁ ପଠେଇ ଦିଆଯାଇଛି ।ତେବେ ଜିଲ୍ଲାପାଳ ବ୍ଳକର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ସହିତ ଅଭିଯୁକ୍ତ ଉପରେ ଦୃଷ୍ଟାନ୍ତମୂଳକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Caption can be used to add info

