ଦଶପଲ୍ଲା : ଅକ୍ଟୋବର ୨ ତାରିଖରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହେଉଅଛି। ଅନୁରୂପ ଭାବରେ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଦଶପଲ୍ଲାରେ ବ୍ଲକ ଓ NAC ସ୍ତରୀୟ ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ,ସଂଗଠକ ଉପେନ୍ଦ୍ର କୁମାର ସାହୁ ,ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନାଜେନା,ଦଶପଲ୍ଲା NAC ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଜୁ ଜନତା ଦଳର ବହୁ ସମର୍ଥକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ପଦଯାତ୍ରା ସର୍ବ ପ୍ରଥମେ ଦଶପଲ୍ଲାର ଆରଧ୍ୟାଦେବ ମହାବୀର ମନ୍ଦିର ଠାରୁ ବାହାରି ବିଭିନ୍ନ ବଜାର ପରିକ୍ରମା କରି ୫ କିଲୋମିଟର ତ୍ରିନାଥ ଛକ ଠାରେ ପହଞ୍ଚିଥିଲା ।
