ବାରିପଦାରେ ଧରାପଡ଼ିଛି ସେକ୍ସ ରାକେଟ

ବାରିପଦାରେ ଧରାପଡ଼ିଛି ସେକ୍ସ ରାକେଟ

Share with people

କଳାର ସହର ବାରିପଦାର ଏକ ନିରୀହ ଲୋକଙ୍କ ସହର ବୋଲି ପରିଚିତ ହୋଇଥାଏ I ବାରିପଦା ଭଳୀ ଏକ ଛୋଟ ସହରରେ ସେକ୍ସ ରାକେଟର କାରବାର ଶୁଣିବାକୁ ଅଜବ ଲାଗୁଥିଲେ ବି ସତ I ବାରିପଦା ସ୍ଥିତ ଭଂଜପୁର ଥାନା ପୋଲିସ ହାତରେ ଧରାପଡ଼ିଛି ସେକ୍ସ ରାକେଟ ଚଲେଇ ମାଷ୍ଟର ମାଇଣ୍ଡ ଦମ୍ପତି ଙ୍କୁ I ମିଳିଥିବା ସୂଚନା ଅନୁଯାଇ ବାଲେଶ୍ୱର ଅଂଚଳ ର କାମ କରୁଥିବା ଝିଅକୁ ବଡ଼ ଚାକିରୀ ଦେବା କହି ବାରିପଦାକୁ ମାମୁନି ସେଠି ଏବଂ ଅଭିମନ୍ୟୁ ସେଠି ଡାକିଥିଲେ ଏବଂ ଝିଅକୁ ଦେହ ବେପାର କାମରେ ଲଗାଇ ପଇସା ରୋଜଗାର କରୁଥିଲା ବେଳେ I ଝିଅ ଏକ ମୋବଇଲରୁ ଫୋନ କରି ତାର ବାପାଙ୍କୁ କିପରି ତା ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର ହେଉଛି ଜଣେଇଥିଲା I ବାପା ଭଂଜପୁର ଥାନାରେ ଅଭିଯୋଗ କରିବାରୁ I କିଛି ଯୁବତୀ ଙ୍କୁ ଉଦ୍ଧାର କରିବା ସହ ଏଫ ଆଇ ଆର ନଂ – 335/2024ରେ ଅନୁଯାଇ ଦଫା..ବି ଏନ ଏସ -,3,140(3),143,351(2 &3),ରେ ଦାମ୍ପତି ଦୁହେଁ ଙ୍କୁ ହାଜତ କୁ ପଠାଇଛି I ବାରିପଦା ଏକ ଛୋଟ ସହର ହୋଇ ମଧ୍ୟ ଏହି ପରି କାରନାମା ବାରିପଦା ପୋଲିସ ର ନଜରକୁ ପୂର୍ବରୁ କିପରି ଆସୁନାହିଁ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *