ଭାରତରେ ଝିଅମାନେ ସାଧାରଣତଃ ବାହା ହେବ ପରେ ଶାଶୁ ଘରକୁ ଯାଆନ୍ତି । ସେଥିପାଇଁ ଅନେକ ସମୟରେ କୁହାଯାଏ ବାପ ସମ୍ପତ୍ତିରେ ଝିଅର କୌଣସି ଅଧିକାର ନାହିଁ । କିନ୍ତୁ ଏ କଥା କେତେ ପ୍ରତିଶତ ସତ ଆସନ୍ତୁ ସେ ସମ୍ପର୍କରେ ଜାଣିବା
ଜାଣନ୍ତୁ କ’ଣ କହୁଛି ନିୟମ?
ଦେଶରେ ୧୯୫୬ରେ ହୀନ୍ଦୁ ଉତ୍ତରାଧିକାରୀ ଅଧିନୟମ ପାରିତ ହୋଇଥିଲା । ଏହି ଅଧିନିୟମ ଅନୁସାରେ ବାପ ସମ୍ପତ୍ତିରେ ଝିଅମାନଙ୍କର କୌଣସି ଅଧିକାର ନାହିଁ ବୋଲି କୁହାଯାଇଥିଲା । କିନ୍ତୁ ୨୦୦୫ରେ ଏହି ଅଧିନିୟମରେ ସଂଶୋଧନ କରାଯାଇଥିଲା । ଯାହାକୁ ଉତ୍ତରାଧିକାରୀ ଅଧିନିୟମ ୨୦୦୫ ଭାବେ ଜଣାଗଲା । ଏହା ଜରିଆରେ ବାପ ସମ୍ପତ୍ତିରେ ପୁଅର ଯେତିକି ଅଧିକାର ଝିଅର ମଧ୍ୟ ସମାନ ଅଧିକାର ଥିବା କଥା କୁହାଯାଇଛି । କିନ୍ତୁ ଯଦି ବାପା ବଞ୍ଚିଥିବାବେଳେ ୱିଲ୍ କରି ସବୁ ସମ୍ପତ୍ତି ତାଙ୍କ ପୁଅ ନାଁରେ କରନ୍ତି ତେବେ ସେଥିରେ ବିବାହିତ ଝିଅର କୌଣସି ଅଧିକାର ନାହିଁ
ଅନ୍ୟପଟେ ପିତା ନିଜେ କରିଥିବା ସମ୍ପତ୍ତିରେ ଝିଅର ସମ୍ପୂର୍ଣ୍ଣ ଅଧିକାର ରହିଛି ।
ଜାଣିରଖିବା ଉଚିତ ଜେ ଯଦି ବାପାଙ୍କ ସମ୍ପତ୍ତି ଉପରେ ନ୍ୟାୟିକ ବିଚାର ଚାଲୁଛି କିମ୍ବା ମାମଲା ରହିଛି ତେବେ ସେ ସମ୍ପତ୍ତି ଉପରେ ପୁଅ କିମ୍ବା ଝିଅ କୌଣସି ଉତ୍ତରାଧି ନିଜ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ
