ଗଡିଆର ଗଭୀର ଜଳରେ ବୁଡି  ଯୁବକଙ୍କ ମୃତ୍ୟୁ।

ଗଡିଆର ଗଭୀର ଜଳରେ ବୁଡି ଯୁବକଙ୍କ ମୃତ୍ୟୁ।

Share with people

ମୃତ କୁସାଲଙ୍କ ବାପା ରାମ ମୁର୍ମୁଙ୍କ ପାଖାପାଖି ପାଞ୍ଚ ମାସ ପୂର୍ବେ ମୃତ୍ୟୁ ଘଟିଥିଲା ବେଳେ ଆଜି ପୁଅର ମୃତ୍ୟୁ ଖବର ଶୁଣି ପରିବାର ସମେତ ଗାଁ ରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବାପାଙ୍କ ମୃତ୍ୟୁକୁ ପୁରିନି ପାଞ୍ଚ ମାସ ଭେଣ୍ଡିଆ ପୁଅର ଗଲା ଜୀବନ || MAYURBHANJ NEWS

ମୟୁରଭଞ୍ଜ : ବୈଶିଙ୍ଗା ଥାନା ଅଧିନ ଗଡଦେଉଳିଆ ପଞ୍ଚାୟତର ବାଲକା ଉପକଣ୍ଠ ରେଣ୍ଟାସାହି ଗ୍ରାମର ସ୍ୱର୍ଗତ ରାମ ମୁର୍ମୁଙ୍କ ୨୭ ବର୍ଷିୟ ପୁଅ କୁଶାଲ ମୁର୍ମୁଙ୍କ ଜଳାଶୟରେ ବୁଡି ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ସୂଚନା ମୁତାବକ ଶନିବାର ଅପରାହ୍ନ ପାଞ୍ଚଟା ସମୟରେ କୁଶାଲ ବିଲ ପାଖ ଗଡିଆକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗଡିଆ ଆଡିରେ ଚାଲି ଚାଲି ଯାଉଥିବା ବେଳେ ଜଳାଶୟକୁ ପଡିଯାଇଥିଲେ। ପାଖରେ ଥିବା କିଛି ଲୋକ କୁସାଲ ପଡିଯିବାର ଦେଖି ଘରଲୋକଙ୍କୁ ଖବର ଦେଇଥିଲେ। ପରିବାରବର୍ଗ ଓ ସ୍ଥାନୀୟ ଲୋକ ସହାୟତାରେ ଗଭୀର ଜଳାଶୟରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲେ। ଏଠାରେ କାର୍ଯ୍ଯରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ କୁସାଲଙ୍କ ବାପା ରାମ ମୁର୍ମୁଙ୍କ ପାଖାପାଖି ପାଞ୍ଚ ମାସ ପୂର୍ବେ ମୃତ୍ୟୁ ଘଟିଥିଲା ବେଳେ ଆଜି ପୁଅର ମୃତ୍ୟୁ ଖବର ଶୁଣି ପରିବାର ସମେତ ଗାଁ ରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏପଟେ ରାତିରେ ଖବର ପାଇ ବୈଶିଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିଥିବା ବେଳେ ଆଜି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ଡାକ୍ତରଖାନା ପଠାଇଛନ୍ତି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *