ବାଣ ବିସ୍ଫୋରଣରେ ମାଆ ପୁଅ ଗୁରୁତ୍ତର ହୋଇ ମେଡିକାଲରେ ଭର୍ତ୍ତି || BALASORE NEWS

ବାଣ ବିସ୍ଫୋରଣରେ ମାଆ ପୁଅ ଗୁରୁତ୍ତର ହୋଇ ମେଡିକାଲରେ ଭର୍ତ୍ତି || BALASORE NEWS

Share with people

ବାଣ ତିଆରି ବେଳେ ବିସ୍ଫୋରଣ,ମାଆ ପୁଅ ଗୁରୁତର, ବାଲେଶ୍ବର ଫକିରମୋହନ ମେଡିକାଲ କଲେଜ ରେ ଭର୍ତ୍ତି,ମଶା ଧୁପରୁ ଲାଗିଥିଲା ନିଆଁ,

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ପଞ୍ଚାୟତର ଶାଳିକୋଠା ଗ୍ରାମରେ ବାଣ ତିଆରି ବେଳେ ଅଘଟଣ।ବାଣ ତିଆରି ହେଉଥିବା ବିସ୍ପୋରକ ଉପରେ ଜଳନ୍ତା ମଶା ବତୀରୁ ନିଆଁ ପଡି ବିସ୍ଫୋରଣ ହୋଇଛି। ବିସ୍ପୋରଣ ରେ ମାଆ-ପୁଅ ଗୁରୁତର ହୋଇଛନ୍ତି।
ଗତ କାଲି ରାତି ୧୦ଟା ସମୟରେ ଶାଳିକୋଠା ଗ୍ରାମର ଆଶିଷ ଦତ୍ତଙ୍କ ସ୍ତ୍ରୀ ସୁନିତା ଦତ୍ତ ବାଣ ତିଆରି କରୁଥିଲେ।ବାଣ ତିଆରିରେ ବ୍ୟବହୃତ ହେଉଥିବା ବିସ୍ପୋରକ ମହିଳାଙ୍କ ନିକଟରେ ଥିଲା।ଏହି ସମୟରେ ତାଙ୍କର ୬/୭ ବର୍ଷର ପୁଅ ଅନୁରାଗ ଦତ୍ତ ଏକ ଜଳନ୍ତା ମଶା ବତୀର କଏଲ ଧରି ମାଆ ପାଖକୁ ଆସୁଥିବା ବେଳେ କଏଲ ରୁ ସାମାନ୍ୟ ନିଆଁ ଖସି ପଡିଥିଲା। ତେବେ ଏହି ନିଆଁ ବିସ୍ପୋରକ ଉପରେ ପଡିବା ପରେ ସେଠାରେ ଏକ ବିସ୍ପୋରଣ ହୋଇଥିଲା। ବିସ୍ପୋରଣ ରେ ମା ଓ ପୁଅ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ପରେ ଅଧିକ ଗୁରୁତ୍ୱର ହେବାରୁ ବାଲେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଏହି ଗ୍ରାମରେ ବାଣ ତିଆରି ଗୋଟିଏ କୁଟିରଶିଳ୍ପ ପାଲଟିଛି। ଘରେ ଘରେ ବାଣ ତିଆରି ହେଉଛି। ବାଣ ତିଆରି ସମୟରେ ଅସାବଧାନତା ବଶତଃ ଏଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *