ବାଣ ବଦଳରେ ଅସହାୟ ମୁହଁରେ ହସ ଫୁଟାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ

ବାଣ ବଦଳରେ ଅସହାୟ ମୁହଁରେ ହସ ଫୁଟାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ

Share with people

ଆଲୋକ ର ପର୍ବ ପବିତ୍ର ଦିପାବଳୀ ଅବସରରେ ବାଣ ବଦଳରେ ଅସହାୟ ପରିବାର ମୁହଁରେ ହସ ଫୁଟାଇଲେ ହେଲ୍ପ ଫର ୟୁ ଫାଉଣ୍ଡେସନ। ହସ ଖୁସିରେ ସମସ୍ତେ ଦିପାବଳୀ କୁ ପାଳନ କରୁଥିବା ବେଳେ ଏ ପରିବାର ର ହସ ଖୁସି କିନ୍ତୁ ହଜିଯାଇଛି,ସତରେ ଦୁଃଖ କଣ ଏମିତି ବି ଆସେ।ଏ ପରିବାର ର ଦୁଃଖ କଥା ଶୁଣିଲେ ଆପଣଙ୍କ ଅନ୍ତର ଟା ବି କାକୁସ୍ଥ ହୋଇ ଉଠିବ। ଯେମିତି ଏ ପରିବାର କୁ ଦୁଃଖ ର କଳା ବାଦଲର ଛାଇ ଘୋଟି ଆସିଛି।ଘରର ମୁରବୀ ଭଗବାନ ଦଳାଇ ବିଦେଶରେ ଦାଦନ ଖଟି ଯାହା ଅର୍ଥ ରୋଜଗାର କରୁଥିଲେ ସେଥିରେ ତାଙ୍କ ଧର୍ମ ପତ୍ନୀ ବିଷ୍ଣୁପ୍ରିୟା ଦଳେଇ ଓ ତିନି ପିଲା ଙ୍କୁ ନେଇ ବେଶ ହସ ଖୁସିରେ ଚାଲି ଥିଲା ପରିବାର ମାତ୍ର ଭାଗ୍ୟ ଏମିତି ଦାଉ ସାଜିଲା ଯେ ସ୍ୱାମୀ ଭଗବାନ ଦଳେଇ କାର୍ଯ୍ୟ କରୁ କରୁ ଉପରୁ ଖସି ପଡି ମେରୁଦଣ୍ଡ ଓ ଛାତି ପଞ୍ଜରା ଭାଙ୍ଗି ଗଲା। ଅର୍ଥ ଅଭାବରୁ ସେ ବଡ ଡାକ୍ତରଖାନାକୁ ନେଇ ପାରୁ ନାହାନ୍ତି କି ଚିକିତ୍ସା ମଧ୍ୟ ହୋଇ ପାରୁ ନାହାନ୍ତି। ନାଁ ସେ ଠିକ୍ ରେ ଖାଇ ପାରୁଛନ୍ତି ନା ଚଲା ବୁଲା କରି ପାରୁଛନ୍ତି ଗୋଟିଏ ସ୍ଥାନରେ ବିଛଣା ରେ ପଡି ପଡି ବେଡସୋର ମଧ୍ୟ ହୋଇ ଗଲାଣି।କାରଣ ଅଧା ଶରୀର ଅଚଳ ହୋଇ ଯାଇଛି, କିଛି ଉପାୟ ନପାଇ ଧର୍ମ ପତ୍ନୀ ଆଖ ପାଖ ଅଞ୍ଚଳରେ ଯାହା କିଛି ମାଗି ଆଣନ୍ତି ସେଇଥିରେ ପରିବାର ଚଳେ। ଏ ପରିବାର ରେ ଗୋଟିଏ ଓଳି ଚୁଲି ଜଳୁଛି ତ ଆଉ ଗୋଟିଏ ଓଳି ଭୋକିଲା ରହିବାକୁ ପଡୁଛି। ଗୋଟିଏ ପଟେ ଆଖି ଆଗରେ ଜୀବନ ସାଥୀ ଶଯ୍ୟାଶାୟୀ ହୋଇ ପଡି ରହି ଥିବା ବେଳେ ଆଉ ଗୋଟିଏ ପଟେ ତିନି ତିନି ପିଲାଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଠେଲି ହୋଇ ଯାଉଛି। ଦୁଃଖ ଏତିକି ରେ ସରିନାହିଁ। ଦୁନିଆଁ କୁ ଠିକ୍ ରେ ଜାଣି ନ ଥିବା,ଖେଳ କୁଦ ପାଠ ପଢା ବୟସରେ ଏଗାର ବର୍ଷ ର ମଝିଆ ଝିଅ ମଧ୍ୟ ହୃଦ ରୋଗରେ ଆକ୍ରାନ୍ତ ।ତାର ମଧ୍ୟ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏହି ହୃଦୟ ବିଦାରକ ଘଟଣାଟି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ବ୍ଲକ୍ ଅନ୍ତର୍ଗତ ଖୁଲୁଡା ପଞ୍ଚାୟତ ର ସିମୁଳିଆ ପୋଖରୀ ଅଞ୍ଚଳରେ। ଏହି ହୃଦୟ ବିଦାରକ ଘଟଣା ସେଠାକାର ଅଞ୍ଚଳ ବାସି ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ କୁ ଅବଗତ ପରେ ସଙ୍ଗଠନ ର ସମସ୍ତ ସଦସ୍ୟ ସଦସ୍ୟା ବାଣ ନ ଫୁଟାଇ ସେଇ ଅର୍ଥ ରେ ସେ ଅସହାୟ ପରିବାର ମୁହଁରେ ହସ ଫୁଟାଇବା ପାଇଁ ଅଣ୍ଟା ଭିଡ଼ି ଥିଲେ। ଜନସେବା କୁ ମହାନ ବ୍ରତ ବୋଲି ଭାବି ସଙ୍ଗଠନ ର ସମସ୍ତ ମେମ୍ବର ମାନଙ୍କ ର କିଛି କିଛି ଆର୍ଥିକ ଅବଦାନ ବଳରେ ନିଃସ୍ୱାର୍ଥପର ଭାବରେ ଭଗବାନ ଦଳେଇ ଓ ତାଙ୍କ ଝିଅଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆଠ ହଜାର, ବେଡ୍ ସୋ ରୁ ବଞ୍ଚିତ ପାଇଁ ଗୋଟିଏ ଏୟାର ବେଡ଼। ଏବଂ କିଛି ମାସର ରେସନ ସାମଗ୍ରୀ,ପିଲା ମାନଙ୍କ ଭବିଷ୍ୟତ ପାଇଁ ପାଠ୍ୟ ସାମଗ୍ରୀ, ସ୍କୁଲ ବ୍ୟାଗ,ପରିବାରକୁ ନୂତନ ବସ୍ତ୍ର, ପ୍ରଦାନ କରାଯାଇଛି। ଆଜିର ସ୍ୱାର୍ଥପର ଦୁନିଆଁରେ ଏହି ଭାଇ ଭଉଣୀ ମାନଙ୍କର ମହାନତା ପଣିଆ ଜୀବନରେ ମୂଲ୍ୟ ବୋଧତାକୁ ବୁଝାଇ ଦେଉଛି ଯେ ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ ହୋଇ ଥାଏ। ଏହି ମହାନ ଚିନ୍ତାଧାରା ର କାର୍ଯ୍ୟ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି ।

[ ରିପୋର୍ଟ- ସୁବାସ ଦାସ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *