ବାଣ ଫୁଟାଇ ୧୦ରୁ ଉର୍ଦ୍ଧ ଆହତ; ଦୁଇ ଗୁରୁତର

ବାଣ ଫୁଟାଇ ୧୦ରୁ ଉର୍ଦ୍ଧ ଆହତ; ଦୁଇ ଗୁରୁତର

Share with people

ବାଲେଶ୍ୱର ଜିଲ୍ଲା ସୋରର ବିଭିନ୍ନ ଅଞ୍ଚଳରୁ ୨ ଜଣ ନାବାଳକଙ୍କ ସମେତ ୧୦ ରୁ ଉର୍ଦ୍ବ ଲୋକ ବାଣ ଫୁଟାଉଥିବା ବେଳେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଆଲୋକର ପର୍ବ ଦୀପବଳୀକୁ ଲୋକେ ବହୁ ଆନନ୍ଦର ସହ ପାଳୁଥିବା ବେଳେ ବାଣ ଫୁଟାଇବା କାରଣରୁ ଏହିଭଳି ଅଘଟଣ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ରାଇପୁର ଗ୍ରାମର ଖଗେନ୍ଦ୍ର ବାରିକ(୧୧) ଘର ଆଗରେ ଚାଇନା ଦିଆସିଲରେ ଲଗାଉଥିବା ବେଳେ ହଠାତ ବାଣ ତାଙ୍କ ମୁହଁରେ ଫାଟିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣି ଥିବା ବେଳେ ତାଙ୍କ ମୁହଁ ନାକ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଭାବେ ଖଣ୍ଡାସାହି ଗ୍ରାମର ଅନିମେଶ ବେହେରା (୧୦) କାଗଜ ଝରାବତୀ ଜଳାଉଥିବା ବେଳେ ହଠାତ ନିଆଁ ଲାଗି ହାତ ଜଳିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେହିଭଳି ଭାବେ ସିମୁଳିଆ, ପାଖର,ଶିରାପୁର ତାଳପଦା,ଭିମେଇ, କମରପୁର,ଇଟୁଆ ଆଦି ଅଞ୍ଚଳ ରେ ବାଣ ଫୁଟାଇ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।

[ ରିପୋର୍ଟ -ସୁମନ୍ତ ଦାସ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *