ପେପର ହକରକୁ ଧକ୍କା ଦେଲା ବାଇକ

ପେପର ହକରକୁ ଧକ୍କା ଦେଲା ବାଇକ

Share with people

କୋଣାର୍କ ଥାନା ଅନ୍ତର୍ଗତ କୋଣାର୍କ – କାକଟପୁର ରାସ୍ତା ଜୟଦେବ ବିହାର ସମୁଖରେ ଜଣେ ପେପର ହକରକୁ ଗୋଟିଏ ବାଇକ ଧକ୍କା ଦେଇଥିବା ବେଳେ , ଅଳ୍ଳକେ ବର୍ତିଲେ ନାବାଳକ ପେପର ହକର ରାଜା ସ୍ବାଇଁ ।

ବାଇକ ଦୁର୍ଘଟଣାରେ ଅଳ୍ଳକେ ବର୍ତିଲେ ନାବାଳକ

କୋଣାର୍କ ଥାନା ଅନ୍ତର୍ଗତ କୋଣାର୍କ – କାକଟପୁର ରାସ୍ତା ଜୟଦେବ ବିହାର ସମୁଖରେ ଜଣେ ପେପର ହକରକୁ ଗୋଟିଏ ବାଇକ ଧକ୍କା ଦେଇଥିବା ବେଳେ , ଅଳ୍ଳକେ ବର୍ତିଲେ ନାବାଳକ ପେପର ହକର ରାଜା ସ୍ବାଇଁ। ତେବେ ପ୍ରତିଦିନ ପରି ନିଜେ ରାଜା ସ୍ବାଇଁ ପାଠପଢିବା ପାଇଁ କୋଣାର୍କ ଆଖପାଖରେ ପେପର ହକର ଭାବେ କାମକରି ଆସୁଥିବା ବେଳେ ଆଜି ସକାଳୁ ସାଇକେଲ ଧରି ପେପର ନେଇ କାକଟପୁର ରାସ୍ତାରେ ଯାଉଥିଲେ | ସେତିକିବେଳେ ସାମ୍ନାରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା ,ଫଳରେ ତାଙ୍କ ମୁଣ୍ଡ ଫାଟିବା ସହିତ ଗୋଡରେ ମଧ୍ୟ ଶକ୍ତ ଆଘାତ ଲାଗିଥିଲା ,ତେଣୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ଚମ୍ପାହର ଅଗ୍ନିଶମ ବିଭାଗ ପକ୍ଷରୁ ଉନ୍ଧାର କରାଯାଇ ଗୋପ ମେଡିକାଲ ନଇଁଯାଇଥିଲା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଜାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

କୋଣାର୍କ ବଜାର ରାସ୍ତା ପାର୍ଶ୍ଵରେ ମନଇଛା ବିଭିନ୍ନ ସ୍ଥାନରେ ବଡ ଗାଡି ରଖୁଥିବାରୁ ଏପରି ସବୁବେଳେ ଦୃର୍ଘଟଣା ହେବା ଦେଖାଦେଉଛି। ତୁରନ୍ତ ପୁରୀ ଜିଲ୍ଲା ଆରକ୍ଷୀ ଅଧିକାରୀ ଏ ଦିଗରେ ଦୃଷ୍ଟି ଆକର୍ଷଣ କରିବା ସହ ରାସ୍ତା କଡରେ ରଖୁଥିବା ବେବସାୟୀ ଓ ପର୍ଯ୍ୟଟକଙ୍କ ଗାଡି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସର୍ବସାଧାରଣରେ ଦାବି ହୋଇଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *