ଲକ୍ଷ୍ମୀ ବସ ଧକ୍କାରେ ଜଣଙ୍କର ମୃତ୍ୟୁ

ଲକ୍ଷ୍ମୀ ବସ ଧକ୍କାରେ ଜଣଙ୍କର ମୃତ୍ୟୁ

Share with people

ପୁଣି ଜୀବନ ନେଲା ଲକ୍ଷ୍ମୀ ବସ୍ । ବାଇକ ଆରୋହୀଙ୍କୁ ମୁହାଁମୁହିଁ ପିଟିବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି

ମୁହାଁମୁହିଁ ପିଟିଲା ଲକ୍ଷ୍ମୀ ବସ, ବାଇକ ଆରୋହୀ ମୃତ

ପୁଣି ଜୀବନ ନେଲା ଲକ୍ଷ୍ମୀ ବସ୍ । ବାଇକ ଆରୋହୀଙ୍କୁ ମୁହାଁମୁହିଁ ପିଟିବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସିମିଳିଆ ଛକ ନିକଟରେ । ବଉଳଖଲାଡି ଗ୍ରାମର ସନ୍ତୋଷ କୁମାର ଜେନା ଘରୁ ବାହାରି ନିଜ ବାଇକରେ କପ୍ତିପଦା ଅଭିମୁଖେ ଆସୁଥିଲେ । ସିମିଳିଆ ଛକ ନିକଟରେ ବିପରୀତ ଦିଗରୁ ନୁଦଡିହା ଅଭିମୁଖେ ଯାଉଥିବା ଲକ୍ଷ୍ମୀ ବସ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ସନ୍ତୋଷ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ବସ୍ ଏବଂ ବାଇକକୁ ଜବତ କରିବା ସହିତ ବସ୍‌ର ଡ୍ରାଇଭରକୁ ଥାନାକୁ ନେଇଛି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା । 

ରିପୋର୍ଟ –ବସନ୍ତ ବେହେରା


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *