DHENKANAL -ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ପଞ୍ଚାୟତ ଅନ୍ତର୍ଗତ ରତ୍ନପୁର ଗାଁ ନିକଟରେ ବଲେରୋ ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ଗେଙ୍ଗୁଟିଆ ଗାଁର ତପନ ନାଏକ। ଏବଂ ତାଙ୍କ ସହଯୋଗୀ ଜଗୁ ନାଏକ ଗୁରୁତର ହୋଇଛନ୍ତି। ଉଭୟେ ମୁକ୍ତାପଶି ଆଡୁ ଘରକୁ ଫେରୁଥିବା ବେଳେ ଏକ ବୋଲେରୋ ଗାଡି ଧକ୍କା ଦେଇ ପଳେଇ ଯାଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତପନଙ୍କର ମୃତ୍ୟୁ ହୋଇଥିବା ବେଳେ ଜଗୁ ଗୁରୁତର ହୋଇଥିଲେ। ଜଗୁଙ୍କୁ ସ୍ଥାନୀୟ ଲୋକମାନେ ଏକ ଅଟୋ ଯୋଗେ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ବଲେରୋ ଗାଡି ଫେରାର ମାରିଛି। ଏ ନେଇ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି |

