ବର୍ଷା ଦିନେ ପିଲାଙ୍କୁ କଷ୍ଟ ଦେଉଛି ସ୍କୁଲ ;ଜଳବନ୍ଦୀ ରେ ଚାଲିଛି ବିଦ୍ୟାଳୟ

ବର୍ଷା ଦିନେ ପିଲାଙ୍କୁ କଷ୍ଟ ଦେଉଛି ସ୍କୁଲ ;ଜଳବନ୍ଦୀ ରେ ଚାଲିଛି ବିଦ୍ୟାଳୟ

Share with people

ଆଣ୍ଠୁଏ ପାଣି ରେ ପଶି ଯିବା ଆସିବା କରୁଛନ୍ତି ଛାତ୍ର ଛାତ୍ରୀ, ସବୁ ଦେଖି ନଦେଖିଲେ ପରି ବସି ରହିଛି ପ୍ରଶାସନ l

ଆଣ୍ଠୁଏ ପାଣି ରେ ପଶି ଯିବା ଆସିବା କରୁଛନ୍ତି ଛାତ୍ର ଛାତ୍ରୀ

ଜଳବନ୍ଦୀ ରେ ଚାଲିଛି ବିଦ୍ୟାଳୟ, ଆଣ୍ଠୁଏ ପାଣି ରେ ପଶି ଯିବା ଆସିବା କରୁଛନ୍ତି ଛାତ୍ର ଛାତ୍ରୀ, ସବୁ ଦେଖି ନଦେଖିଲେ ପରି ବସି ରହିଛି ପ୍ରଶାସନ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ନାଉଗାଁ ବ୍ଳକ ର ବାଣୀପୀଠ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ, ଏହି ବିଦ୍ୟାଳୟ ରେ ଲଗାଣ ବର୍ଷା ରେ ବିଦ୍ୟାଳୟ ପରିସରରେ ପାଣି ନିଷ୍କାସନ ର କୌଣସି ସୁବିଧା ନଥିବା କାରଣରୁ ଆଣ୍ଠୁଏ ପାଣି ରେ ପଶି ଯିବା ଆସିବା କରୁଛନ୍ତି କୁନି କୁନି ଛାତ୍ର ଛାତ୍ରୀ l

ଅନ୍ୟପଟେ ବିଦ୍ୟାଳୟ ଟି ବ୍ଳକ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ କୁ ଲାଗି ରହିଥିବା ବେଳେ ସବୁ ଦେଖି ଚୁପ ରହିଛି ଶିକ୍ଷା ବିଭାଗ, ସେହିପରି ଏହି ବିଦ୍ୟାଳୟ ଠାରୁ ମଧ୍ୟ 100 ମିଟର ଦୂରରେ ବ୍ଳକ କାର୍ଯାଳୟ ରହିଥିବା ବେଳେ ତାଙ୍କ ର ମଧ୍ୟ ବିଦ୍ୟାଳୟ ର ଏପରି ଅବସ୍ଥା ଉପରେ ଟିକିଏ ହେଲା ନିଘା ନଥିବା ର ଦେଖା ଯାଇଛି l ଯାହାକୁ ନେଇ ଉକ୍ତ ପଞ୍ଚାୟତ ର ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଏହାକୁ ଦୃଷ୍ଟି ଗୋଚର କରି ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନା କରିବେ ବୋଲି କହିବା ସହିତ ଯଦି ଦାବୀ ପୂରଣ ନହୁଏ ଏହି ବିଦ୍ୟାଳୟ ନିକଟରେ ଆମରଣ ଅନଶନ ରେ ବସିବେ ବୋଲି ଚେତାବନୀ ଦେଇଛନ୍ତି l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *