ଲଗାଣ ବର୍ଷାରେ ଭୁଷୁଡ଼ି ପଡ଼ିଲା କାନ୍ଥ । କାନ୍ଥ ତଳେ ଚାପି ହୋଇ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ରେକର୍ଡଚୁଆ ଗ୍ରାମରେ । ଗ୍ରାମର ବାସନ୍ତୀ କିସ୍କୁ ଘରେ ଏକୁଟିଆ ଥିବା ବେଳେ ଅପରାହ୍ନ ସମୟରେ ଘର ବାରଣ୍ଡାରେ ଶୋଇଥିଲେ । ଏହି ସମୟରେ ଜୋରରେ ପବନ ହେବା ସହିତ ବର୍ଷା ହୋଇଥିଲା । ଯାହା ଫଳରେ ଘର ଆଜବେଷ୍ଟସ ଏବଂ କାନ୍ଥ ଦବିଥିଲା । ଏହି ଶବ୍ଦ ଶୁଣି ବାସନ୍ତୀ ଉଠି ବାହାରିବାକୁ ଚେଷ୍ଟା କରୁଥିବା ବେଳେ କାନ୍ଥ ତଳେ ଚାପି ହୋଇଯାଇଥିଲେ । ଯାହାକି କାନ୍ଥ ତଳେ ଚାପି ହୋଇ କିଛି ସମୟ ରହିବା ପରେ ପରିବାର ଲୋକେ ଘରେ ପହଞ୍ଚି ଘଟଣା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ କିଛି ସମୟ ଚିକିତ୍ସା ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

