ଲଗାଣ ବର୍ଷାରେଭାଙ୍ଗିଲା ଦୀର୍ଘଦିନର ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର

ଲଗାଣ ବର୍ଷାରେଭାଙ୍ଗିଲା ଦୀର୍ଘଦିନର ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର

Share with people

ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅସ୍ଥାୟୀ ଅଙ୍ଗନୱାଡ଼ି କେନ୍ଦ୍ରଟି ଲଗାଣ ବର୍ଷାଫଳରେ ଭୁଶୁଡ଼ି ପଡ଼ିଛି,ଭଗବାନଙ୍କ କୃପାରୁ ବଞ୍ଚିଗଲେ କୋମଳମତି ଛାତ୍ରଛାତ୍ରୀ ।

32 ବର୍ଷ ହେବ ବିପଦ ମଧ୍ୟରେ ଚାଲିଥିଲା ଅଙ୍ଗନବାଡି କେନ୍ଦ୍ର

ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ କଲେଇଜାଉ ଗାଁ।ଏପରି କହିବାର କାରଣ,ଏହି ଗ୍ରାମରେ ୯୮ ଟି ଘର ଅଛି।ଶିକ୍ଷା ବିଭାଗ ତରଫରୁ ମିଳୁଥିବା ସୁବିଧାରୁ ବଞ୍ଚିତ ଏହି ଗ୍ରାମର ଗ୍ରାମବାସୀ। ଏଠାରେ ଦୀର୍ଘଦିନରୁ ଥିବା ଗୋଟିଏ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ସମସ୍ତ ଗ୍ରାମବାସୀ ନିର୍ଭର କରୁଛନ୍ତି ।କିନ୍ତୁ ଗତକାଲି ଏହି ଗ୍ରାମରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଅସ୍ଥାୟୀ ଅଙ୍ଗନୱାଡ଼ି କେନ୍ଦ୍ରଟି ଲଗାଣ ବର୍ଷାଫଳରେ ଭୁଶୁଡ଼ି ପଡ଼ିଛି,ଭଗବାନଙ୍କ କୃପାରୁ ବଞ୍ଚିଗଲେ କୋମଳମତି ଛାତ୍ରଛାତ୍ରୀ ।ପ୍ରଶାସନର ସ୍ଥାଣୁତା ପାଇଁ ଆଜି ବଡ ବିପଦରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ ।ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିଆ ପଞ୍ଚାୟତ ବାଉଁଶଡ଼ିହା ୨(କଲେଇଯାଉ) ଅଙ୍ଗନୱାଡ଼ି କେନ୍ଦ୍ରରେ ।ଦୀର୍ଘ ୩୨ ବର୍ଷ ଧରି ଅଙ୍ଗନୱାଡ଼ି କେନ୍ଦ୍ରଟି ବିପଦ ସଙ୍କୁଳା ଅବସ୍ଥାରେ ଚାଲିଥିଲେବି ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିଲା। ସେଠାରେ ଥିବା ଅଙ୍ଗନବାଡ଼ି କର୍ମୀଙ୍କ କହିବାନୁଯାୟୀ ଆଗରୁ ବହୁତ ଥର ସୁପରଭାଇଜର ଓ ସିଡିପିଓ ଦିଦିଙ୍କୁ ପୂରୁଣା ଛପର ଘର ସମ୍ବନ୍ଧରେ ଜଣାଇଥିଲେ,କିନ୍ତୁ ସେମାନଙ୍କ ତରଫରୁ କୈାଣସି ସମସ୍ୟାର ସମାଧାନ ହୋଇ ପାରିନଥିଲା । ଘଟଣା ଘଟିବାର ଖବର ପାଇ ସଙ୍ଗେସଙ୍ଗେ ଠାକୁରମୁଣ୍ଡା ବିଡ଼ିଓ ସ୍ବପ୍ନେଶ୍ଵର ବେହେରା ପହଂଚି ଘଟଣାର ତଦାରଖ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଭଡା ଘରେ ପାଠ ପଢାଇବାର ବ୍ୟବସ୍ଥା କରନ୍ତୁ ଏବଂ ୬ ମାସ ମଧ୍ୟରେ ନୂତନ ଘରର ସୁବିଧା କରାଇବାର ପ୍ରତିଶ୍ରୁତି ଦେଇଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *