ବଣ୍ଡା ଉନ୍ନୟନ ସଂସ୍ଥା ଗସ୍ତ କରି, ବଣ୍ଡା ଜନଜାତିର ଦକ୍ଷତା ବିକାଶ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ବଣ୍ଡା ମହିଳାଙ୍କ ଆତ୍ମନିର୍ଭରଶୀଳ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେଥି ପ୍ରତି ଗୁରୁତ୍ବ ଦେଇଛନ୍ତି ।
ମାଲକାନଗିରି ଜିଲ୍ଲା ବଣ୍ଡାଘାଟୀ ଗସ୍ତ କରିଛନ୍ତି ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପାଟି । ପ୍ରଥମେ ସକାଳ ସମୟରେ ଗୋବିନ୍ଦପାଲ୍ଲି ପହଞ୍ଚି। ତାପରେ ୧୦.୦୫ ସମୟରେ ବଣ୍ଡାଘାଟୀ ସୀତାକୁଣ୍ଡ ଅଭିମୁଖେ ଗସ୍ତ କରି ୧୧.୦୫ ସମୟରେ ସୀତା କୁଣ୍ଡ ପରିଦର୍ଶନ କରିଛନ୍ତି। ଏହାସହିତ ଜିଲ୍ଲା ପ୍ରଶାସନକୁ ସୀତା କୁଣ୍ଡ ର ଉନ୍ନତିକରଣ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ପୈରାନିକ କିମ୍ବଦନ୍ତୀ ମତେ ଏଠାରେ ରାମାୟଣ ସହିତ ଜଡ଼ିତ ସୀତାମାତା ଓ ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା। ତତ୍ସହିତ ମୁଦୁଲିପଡ଼ ଠାରେ ଥିବା ବଣ୍ଡା ଉନ୍ନୟନ ସଂସ୍ଥା ଗସ୍ତ କରି, ବଣ୍ଡା ଜନଜାତିର ଦକ୍ଷତା ବିକାଶ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ବଣ୍ଡା ମହିଳାଙ୍କ ଆତ୍ମନିର୍ଭରଶୀଳ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେଥି ପ୍ରତି ଗୁରୁତ୍ବ ଦେଇଛନ୍ତି । ପରେ ପରେ ଏସ.ଏସ. ଡି ବାଳିକା ବିଦ୍ୟାଳୟରେ ଗସ୍ତ କରି ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଚାରା ରୋପଣ କରିଛନ୍ତି। ବିଦ୍ୟାଳୟରେ କିଛି ବାଳିକାଙ୍କୁ ପ୍ରଶ୍ନ କରିଥିଲେ। ସେମାନେ ପାଠ ପଢି ଆଗକୁ କ’ଣ ଲକ୍ଷ୍ୟ ରଖିଛନ୍ତି। ତେବେ କିଛି ଛାତ୍ରୀ ପାଠ ପଢି ନର୍ସ ଏବଂ ଡାକ୍ତର ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ବିଶେଷ କରି ବଣ୍ଡା ଛାତ୍ରୀ ମାନଙ୍କର ୧୨ ରୁ ୧୩ ବର୍ଷ ହେବା ପରେ ରକ୍ତହୀନତା ର ସମସ୍ୟା ଏବଂ ଦୃଷ୍ଟି ଜନିତ ସମସ୍ୟାର ଦୂରିକରଣ ପାଇଁ ରାଜଭବନ ପକ୍ଷରୁ ୨ ମାସ ପାଇଁ ତାଙ୍କୁ ବିଟ୍ ଗାଜର ଓ ବାଦାମ ଚିକି ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ପ୍ରଥମ କରି ଏହି ଯୋଜନା ବଣ୍ଡା ଘାଟିରେ ରାଜ୍ୟପାଳ ନିଜେ ଆରମ୍ଭ କରିଛନ୍ତି। ଯାହାର ସମସ୍ତ ଖର୍ଚ୍ଚ ରାଜଭବନ ପକ୍ଷରୁ କରାଯିବ।ରହିଥିଲେ।

ରାଜ୍ୟପାଳଙ୍କ ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲୋ, କମିଶନର ତଥା ସଚିବ ରୂପାରୋସନ ସାହୁ, ଜିଲ୍ଲା ପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ଡି. ସାଇ କିରଣ ସହିତ ଜିଲ୍ଲା ପ୍ରଶାସନର ତମାମ ଅଧିକାରୀ ଉପସ୍ଥିତ

