ଦେବଗଡ ସହରରେ ହତ୍ୟାକାଣ୍ଡ

ଦେବଗଡ ସହରରେ ହତ୍ୟାକାଣ୍ଡ

Share with people

ଜାଳେଣି କାଠ ପାଇଁ ଦୁଇ ଯା’ ଙ୍କ ମଧ୍ୟରେ ଝଗଡ଼ା ଲାଗି ଜଣଙ୍କର ମୃତ୍ୟୁ

ବଡ଼ ଯାଆର ତଣ୍ଟି ଚିପି ଦେଲା ସାନ ଯାଆ

 

ଦେବଗଡ ସହରରେ ହତ୍ୟାକାଣ୍ଡ। ସାନ ଯା ମାଡରେ ବଡଯା ମୃତ। ସାମାନ୍ଯ ଜାଳ କାଠ ପାଇଁ ଦୁଇ ଯା ଙ୍କ ମଧ୍ଯରେ ଆଜି ସକାଳ ସମୟରେ ଗଣ୍ଡଗୋଳ ହୋଇଥିଲା। ପରେ ଉଭୟଙ୍କ ମଧ୍ଯରେ ମାଡପିଟ ହୋଇଥିବା ବେଳେ ସାନ ଯା ର ମାଡ଼ରେ ବିଧବା ବଡ଼ ଯା ଙ୍କ ମୃତ୍ଯୁ ହୋଇଛି l ମୃତ ବଡ ଯା ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହିର ସ୍ବର୍ଗତ ପ୍ରଦ୍ୟୁମ୍ନ ଭୋଜ ଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଭୋଜ(55) l ହତ୍ୟା ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜ (45)l ଘଟଣା ପରେ ପାଖପଡୋଶୀ ଜ୍ଯୋସ୍ନା ଙ୍କୁ ଅଚେତ ଅବସ୍ଥା ରେ ଆଣି ଦେବଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉତ୍ୟକ୍ତ ସାହି ବାସିନ୍ଦା ଅଭିଯୁକ୍ତ ଗୀତା ଙ୍କୁ ଅଟକ ରଖିଥିବା ବେଳେ ଦେବଗଡ ଆଦର୍ଶ ଥାନା ପୋଲିସ ସେମାନଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚୁରା କରୁଛି l

.


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *