
ବରଗଡ ଜିଲ୍ଲା ସୋହେଲା ଧୂସରବାହାଲ ଢିପାପଡା ଛକରେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଲେ ତିନି ଜଣ ଓ ଅନ୍ୟ ଦୁଇଜଣ ଫେରାର ଥିବା ସୂଚନା ମିଳିଛି,ସେମାନଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ର ଓ ଗାଡ଼ିକୁ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ଗତ କାଲି ରାତିରେ ଏକ ଗୁପ୍ତ ସୂଚନା ପାଇ ଧୂସରବାହାଲ ଢିପାପଡା ଛକ ନିକଟରେ ସନ୍ଦେହଜନକ ଭାବେ ଥିବା ଏକ ଜାଇଲୋ ଗାଡ଼ିକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କଲାପରେ ଅବୈଧ ଅସ୍ତ୍ର, ଗୁଲି, ମୁହଁ ଢାଙ୍କିବା ପାଇଁ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଏକ ବଡ଼ ଧରଣର ଡ଼କାୟତି ଯୋଜନା କରୁଥିବା ବେଳେ ଡ଼କାୟତି ଉଦ୍ୟମ ପଣ୍ଡ କରିଛି ପୋଲିସ। ତେବେ ଏହି ମାମଲାରେ ଗିରଫ ଅଭିଯୁକ୍ତ ମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ଥାନା ସେକ୍ଟର-19, ରାଉରକେଲାର ସୁଜିତ୍ ମହାରଣା ଓ ବିହାର ମୂଳନିବାସୀ ତଥା ବର୍ତ୍ତମାନ ରାଉରକେଲା, ଥାନା ସେକ୍ଟର-03 ର 52 ବର୍ଷିୟ ଆଜିଜ ଆହମଦ ଖାନ ଓ ବରଗଡ଼ ଜିଲ୍ଲା ପାଇକମାଳର 30 ବର୍ଷିୟ ରମାକାନ୍ତ ମିଶ୍ର । ଗିରଫ ଅଭିଯୁକ୍ତଙ୍କ ଠାରୁ OD 14 8877 ନମ୍ୱର୍ ଥିବା ଏକ ଜାଏଲୋ ଗାଡ଼ି, 7.65 mm ର ଏକ ଦେଶୀ ବନ୍ଧୁକ, 3ଟି ଜୀବନ୍ତ ଗୁଲି ଏବଂ 3ଟି ଖାଲି କାର୍ଟିଜ ଏକ ଧଳା ରଙ୍ଗର ବାଡ଼ି, ଲୁହା କଟୁରୀ,100 ଗ୍ରାମ ଲଙ୍କା ଗୁଣ୍ଡ, ଏକ ଟର୍ଚ୍ଚ ଏବଂ 5ଟି ମୁଖା କପଡ଼ା ଆଦି ଜବତ କରାଯାଇଛି ।ଏହି ଘଟଣାରେ ଆଉ କାହା କାହାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ ପଦ୍ମପୁର SDPO ପାଣ୍ଡବ ଶବର ସୋହେଲା ଥାନାରେ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି |

