୨୭ଟି ମୋବାଇଲ ଜବତ୍ ସହ ୬ ଜଣ ଗିରଫ

୨୭ଟି ମୋବାଇଲ ଜବତ୍ ସହ ୬ ଜଣ ଗିରଫ

Share with people

ପାର୍ବଣ ରୁତୁରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୋରି ହୋଇଥିବା ବଡ଼ ଧରଣର ମୋବାଲଇ୍ ଚୋରି ରାକେଟ୍ର ପର୍ଦ୍ଦାଫାଶ୍ କରିଛି ପୋଲିସ୍ । ଏହି ରାକେଟର ୬ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ୨୭ଟି ମୋବାଇଲ ଓ ଗୋଟିଏ ଟାବଲେଟ୍ ପୋଲିସ୍ ଜବତ୍ କରିଛି ବୋଲି ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ଏସ.ପି. ରାଜ ପ୍ରସାଦ ସୂଚନା ଦେଇଛନ୍ତି । ଗତ କିଛି ମାସ ଧରି ମୋବାଇଲ ଲୁଟେରା ମାନେ ଝରକା ପଟେ ହାତ ବଢ଼ାଇ ଲୋକଙ୍କ ବେଡ଼୍ ରୁମ୍ରୁ ଏବଂ ଭିଡ଼ ଜାଗାରୁ ମୋବାଇଲ ଛଡ଼ାଇ ନେଇ ପଳାଇ ଯାଉଥିଲେ । ଗତ ୭ ତାରିଖ ଦିନ ସଦର ଥାନା ଫକୀରମୋହନ ନଗର ଅଂଚଳର ରାଜେନ୍ଦ୍ର ପଣ୍ଡାଙ୍କ ମୋବାଇଲ ଚୋରି ହୋଇଥିଲା । ଏନେଇ ସେ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୪୬/୨୦୨୪ ନଂରେ ମାମଲା ରୁଜୁ କରିଥିଲା । ସେହିପରି ୧୪ ତାରିଖ ଦିନ ମଧ୍ୟ ଫକୀର ମୋହନ ନଗର ଅଂଚଳର ଉମାକାନ୍ତ ମଲ୍ଲିକଙ୍କ ମୋବାଇଲ ଚୋରି ହେବା ପରେ ସେ ମଧ୍ୟ ସଦର ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ୪୫୮/ ୨୦୨୪ ନଂରେ ମାମଲା ରୁଜୁ କରିଥିଲା । ଏସ.ପି.ଙ୍କ ନିର୍ଦେଶ କ୍ରମେ ସଦର ଏସଡିପିଓ ଡ. ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା । ଏହିଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଥିଲା । ଏହି ୬ ଜଣଙ୍କ ମଧ୍ୟରେ ୩ ଜଣ ଗ୍ରାହକ ମଧ୍ୟ ଅଛନ୍ତି । ଜବତ ହେବା ପରେ ମୋବାଇଲ ଗୁଡ଼ିକୁ ଅଭିଯୋଗକାରୀଙ୍କୁ ଫେରାଇ ଦିଆଇ ଯାଇଥିଲା । ମୋବାଇଲ ଫେରି ପାଇବା ପରେ ଲୋକ ମାନେ ପୋଲିସକୁ ସାଧୁବାଦ ଜଣାଇଛନ୍ତି ।

[ରିପୋର୍ଟ- ପ୍ରସଂଜିତ ସେଠୀ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *