ବାଲେଶ୍ୱର ଜିଲ୍ଲା ସୋର ସବ ଜେଲରୁ କଏଦୀ ଫେରାର ଘଟଣାରେ ଜେଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ବାଲେଶ୍ୱର ଏସ୍ପି ପ୍ରତ୍ୟୁଷ ଦିବାକର । ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରେ ସିମୁଳିଆ ପୁଲିସ ପକ୍ଷରୁ ଜଣେ ଝାଡଖଣ୍ଡ ଅଂଚଳର କଏଦୀଙ୍କୁ ସୋର ସବ ଜେଲକୁ ଅଣାଯାଇଥିଲା । କିନ୍ତୁ କଏଦୀ ଜଣଙ୍କ ସନ୍ଧ୍ୟାରେ ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ବାଲେଶ୍ୱର ଏସ୍ପି ଜେଲର ସ୍ଥିତି ପରିଦର୍ଶନ କରିବା ସହିତ ଜେଲରେ ଥିବା ସମସ୍ୟା ବାବଦରେ ଜେଲରଙ୍କ ସହ ଆଲୋଚନା କରିଥିଲେ। ସେପଟେ ଫେରାର କଏଦୀଙ୍କୁ ଖୋଜିବା ପାଇଁ ଝାରଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଥାନାକୁ ସୂଚନା ଦିଆଯାଇଛି । ଖୁବ ଶୀଘ୍ର ଫେରାର କଏଦୀକୁ ଧରାଯିବା ବୋଲି ଏସ୍ପି ସୂଚନା ଦେଇଛନ୍ତି ।

