
MAYURBHANJ – ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଫୁଟବଲ ମ୍ୟାଚ ଆୟୋଜିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ପାଟଶାଣିପୁର ଠାରେ ବିରାଟପାଟ ଯୁବକ ସଙ୍ଘ ଦ୍ୱାରା ୪୧ ତମ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୟୁରଭଞ୍ଜ ଜିଲ୍ଲା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ ଭଳି ରାଜ୍ୟ ଏବଂ ଜିଲ୍ଲା ବାହାରୁ ବିଭିନ୍ନ ଟିମ ଭାଗ ନେଇଥିଲେ। ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗଦେଇ କ୍ରୀଡା ଶାରୀରିକ, ମାନସିକ ଓ ବୌଦ୍ଧିକ କ୍ଷେତ୍ରରେ ବିକାଶ ହୋଇଥାଏ ବୋଲି କହିଥିଲେ। ସମୁଦାୟ ୧୬ ଗୋଟି ଟିମ ଭାଗ ନେଇଥିବା ବେଳେ ଏହି ଖେଳକୁ ଉପଭୋଗ କରିବା ନିମନ୍ତେ ୧୦ ହଜାର ରୁ ଅଧିକ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏପରିକି ପ୍ରତିକୂଳ ପାଗ ସତ୍ୱେ ବହୁ ସଂଖ୍ୟାରେ ଦର୍ଶକ ଏହି ଖେଳ କୁ ମନଭରି ଉପଭୋଗ କରିଥିଲେ ।

