ଫାର୍ମ ହାଉସ ଭିତରୁ ସନ୍ଦେହ ଜନକ ଭାବେ ନାବାଳକର ମୃତଦେହ ଉଦ୍ଧାର || MAYURBHANJ NEWS

ଫାର୍ମ ହାଉସ ଭିତରୁ ସନ୍ଦେହ ଜନକ ଭାବେ ନାବାଳକର ମୃତଦେହ ଉଦ୍ଧାର || MAYURBHANJ NEWS

Share with people

ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଧୀନ ଗଡ଼ ଦେଉଳିଆ ଗ୍ରାମର ଏକ ଫାର୍ମ ହାଉସରୁ ୧୭ବର୍ଷୀୟ ନାବାଳକଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଅପରାହ୍ନ ସାଢେ ୧୨ଟାରେ ଜବତକରି ତଦନ୍ତ ଆରମ୍ଭକଲା ବୈଶିଙ୍ଗା ପୁଲିସ l ମୃତକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସହଦେଖୁଣ୍ଟା ଥାନା ଅଧୀନ ଭୀମପୁରା ଗ୍ରାମର ସ୍ୱର୍ଗତ ରଘୁନାଥ ଟୁଡୁଙ୍କ ପୁଅ ପାଣ୍ଡିଆ ଓରଫ ଉମେଶ ଟୁଡୁ l ଉମେଶ ନିଜର ମା’ସାଲୋ ଟୁଡୁଙ୍କ ସହିତ ମାମୁଁଘର ଗଡ଼ଦେଉଳିଆରେ ଦୀର୍ଘବର୍ଷ ହେବ ରହି ଆସୁଥିଲେ l ମା’ସାଲୋ ଟୁଡୁ କାମ ପାଇଁ ବାହାରକୁ ଯାଇଥିବା ବେଳେ ଉମେଶ ମାମୁଁଘରେ ରହୁଥିଲେ l ଗୁରୁବାର ରାତିରେ ଉମେଶ ଘରକୁ ଫେରିନଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଗଡ଼ ଦେଉଳିଆରେ ତାପସ କୁମାର ବିନ୍ଧାଣି(ଜିପୁ)ଙ୍କ ଫାର୍ମହାଉସର ଘର ଭିତରେ ଉମେଶଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲା l ଏନେଇ ୨୬ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଉମେଶଙ୍କ ଝୁଲନ୍ତା ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି l ପାରିପାର୍ଶ୍ଵିକ ସ୍ଥିତିରୁ ଉମେଶ ବେକରେ ଫାସୀ ଦେଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଥିବା ବେଳେ ଶଵ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ସଠିକ କରଣ ସ୍ପଷ୍ଟ ହେବ l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *