ଗାଁ ରେ ଉତ୍ପାତ କରୁଛନ୍ତି ଦନ୍ତା ହାତୀ

ଗାଁ ରେ ଉତ୍ପାତ କରୁଛନ୍ତି ଦନ୍ତା ହାତୀ

Share with people

ଗାଁ ରେ ପଶିଲେ ୨ ଦନ୍ତା । ମୟୁରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ସାଇଁକୁଳା ଗ୍ରାମରେଆତଙ୍କ ଖେଳାଇଛନ୍ତି ହାତୀ । କେଉଁଠି ପୋଖରୀ ପାଣିରେ ଖେଳୁଛନ୍ତି ତ ଆଉ କେଉଁଠି ଲୋକଙ୍କ ବାଡ଼ିରେ ପଶି ନଡ଼ିଆ ଗଛ ଭାଙ୍ଗୁଛନ୍ତି | ଅନ୍ୟପଟେ ହାତୀଙ୍କ କାରନାମା ଦେଖି ଅତିଷ୍ଟ ହେଲେଣି ଗ୍ରାମବାସୀ | ମିଳିଥିବା ସୂଚନା ଅନୁଯାୟୀ ଗତ ରାତିରୁ ହାତୀମାନେ ସାଇଁକୁଳା, ହାଟ ନୂଆଗାଁ, ଡିଗୀସାହି ଗ୍ରାମରେ ପଶି ଉତ୍ପାତ କରୁଛନ୍ତି। ଗଛ ଭାଙ୍ଗିବା ସହିତ ପାଇପ ଭାଙ୍ଗୁଛନ୍ତି ହାତୀ। ଵିଲରେ ପଶି ଧାନ ନଷ୍ଟ କରିବା ସହିତ ଜନବସତି ଭିତରକୁ ପଶିବାକୁ କରୁଛନ୍ତି ଉଦ୍ୟମ। ଏହା ସହିତ ଗରମରେ ହାତୀ ମାନେ କାଦୁଅରେ ଗାଧଉଛନ୍ତି। ଅନେକ ସମୟରେ ଲୋକଙ୍କୁ ହାତୀ ଗୋଡ଼ାଇ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗତିବିଧି ଉପରେ ନଜର ରଖିଛନ୍ତି ।

[ ରିପୋର୍ଟ- ବସନ୍ତ ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *