ପ୍ରସେସନ ଗାଡି ଓଲଟି ଦୁଇ ଜଣଙ୍କ ମୃତ୍ୟୁ,ଆଠ ଜଣ ଗୁରୁତ୍ତର || SUBARNAPUR NEWS

ପ୍ରସେସନ ଗାଡି ଓଲଟି ଦୁଇ ଜଣଙ୍କ ମୃତ୍ୟୁ,ଆଠ ଜଣ ଗୁରୁତ୍ତର || SUBARNAPUR NEWS

Share with people

ଦୂଲଦୁଲି ଗାଡି ଦୁର୍ଘଟଣାରେ ଦୁଇ ମୃତ 8 ଗୁରତର l ସୋନପୁର -ବଲାଙ୍ଗୀର ରାସ୍ତାର ହରଡ଼ଖୋଲ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା l ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 8 ଗୁରୁତରମାନଙ୍କୁ ସୋନପୁର ମେଡିକାଲକୁ ଭର୍ତ୍ତି କରାଯାଇଛି l ସେପଟେ କଟର ମେସିନ ସାହାଯ୍ୟରେ ଦମକଳ ବାହିନୀ ଗାଡି ଭିତରେ ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଜଣାଯାଇଛି । ଦୁଲଦୁଲି ଗାଡିଟି ମନମୁଣ୍ଡାରୁ ଏକ ବାହାଘର ସାରି କଳାହାଣ୍ଡିକୁ ଫେରୁଥିବା ସମୟରେ ଭରସାମ୍ୟ ହରାଇ ହରଡ଼ଖୋଲ ନିକଟରେ ଓଲଟି ପଡ଼ିଥିଲା l ଫଳରେ ଗାଡିରେ ରହିଥିବା 25 ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ 8 ଜଣ ଗୁରୁତର ହୋଇଥିବା ଜଣାଯାଇଛି l ଦୁଲୁଦୁଲି ଗାଡି ଏବଂ ବାଦ୍ୟକାରମାନେ ସମସ୍ତେ ବରଗଡ଼ ତୁରା ଅଞ୍ଚଳର ହୋଇଥିବା ଜଣାପଡିଛି l ଖବର ପାଇ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *