ପଞ୍ଚାୟତ ସମିତି ବୈଠକରୁ ଛାଡି ଚାଲିଯିବା ପାଇଁ ସାମ୍ବାଦିକଙ୍କୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ନିର୍ଦ୍ଦେଶ, ପ୍ରତିବାଦ ଜଣାଇଲେ ସାମ୍ବାଦିକ ଗୋଷ୍ଠୀ, ଶନିବାର ଦିନ ଯଶିପୁର ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇ ଆଲୋଚନା ଚାଲିଥିବା ବେଳେ ଉପସ୍ଥିତ ରାଜ୍ଯ ସରକାରଙ୍କ ଜଂଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ନିର୍ଦ୍ଦେଶରେ ଉପସ୍ଥିତ ଗଣ ମାଧ୍ୟମ ପ୍ରତିନିଧି ମାନେ ବୈଠକ ଛାଡି ଚାଲିଯିବା ଭଳି ଅଭାବନୀୟ ଘଟଣା ଘଟିଛି l ପରେ ପରେ ଏହାର ପ୍ରତିବାଦ କରି ଗଣ ମାଧ୍ୟମ ପ୍ରତି ଏହାକୁ ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ବୋଲି ସମାଲୋଚନା କରାଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ସୂଚନା ଦିଆ ଯାଇଛି , ସୂଚନା ଅନଯାୟୀ ପୂର୍ବ ନିର୍ଦ୍ଧାରିତ ମତେ ଯଶିପୁର ପଞ୍ଚାୟତ ସମିତିର ବୈଠକ ଆରମ୍ଭ ହୋଇ ମନ୍ତ୍ରୀ ଗଣେଶ ରାମଙ୍କ ଦ୍ଵାରା ଉଦଘାଟିତ ହେଲା ପରେ ବ୍ଲକ ଜି ପି ଡି ଓ ପୂର୍ବ ବୈଠକ ବିବରଣୀ ପାଠ କରୁଥିଲେ l ମନ୍ତ୍ରୀଙ୍କ ଅନ୍ୟ ସ୍ଥାନରେ ଥିବା କାର୍ଯ୍ୟକ୍ରମର ବ୍ୟସ୍ତତା ହେତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଧାରୁ ବିବରଣୀ ପାଠ ବନ୍ଦ କରି ଦିଆ ଯାଇଥିଲା l ଏହି ସମୟରେ ମନ୍ତ୍ରୀ ସାମ୍ବାଦିକ ଓ ବୈଠକରେ ଉପସ୍ଥିତ ଥିବା ପଞ୍ଚାୟତ ସମିତିର ସଦସ୍ୟ ନ ଥିବା ବ୍ୟକ୍ତି ବିଶେଷଙ୍କୁ ବୈଠକ ଛାଡି ବାହାରକୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ l ମୁଦ୍ରିତ ଓ ଇଲେକ୍ଟ୍ରୋନିକ ଗଣ ମାଧ୍ୟମର ପ୍ରତିନିଧି ମାନେ ବୈଠକ ଛାଡି ଚାଲି ଯାଇଥିଲେ l ଏ ଘଟଣାକୁ ଅସମ୍ମାନ ସୂଚକ ମନେ କରି ବୈଠକରେ ନିଜର ସମୀକ୍ଷା ସାରି ଅଧାରୁ ଉଠି ଚାଲିଯାଉ ଥିବା ବେଳେ ମନ୍ତ୍ରୀଙ୍କ ପାଖରେ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ସାହୁ, ଜନାର୍ଦ୍ଦନ ମହାନ୍ତ, ଦିଲ୍ଲୀପ ସାହୁ ପ୍ରମୂଖ ମନ୍ତ୍ରୀଙ୍କ ଆଚରଣର ପ୍ରତିବାଦ କରି ଗଣ ମାଧ୍ୟମ ପ୍ରତି ଏହା ଅସୂୟା ମୂଳକ ବୋଲି ଅଭିଯୋଗ କରିଥିଲେ l ସାମ୍ବାଦିକ ମାନେ ବିଡିଓ ଅଶନି ଏ ଏଲ୍ ଙ୍କ ସ୍ଵାକ୍ଷରରେ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ ଜି ପି ଡି ଓ ସରୋଜ ସେଠୀଙ୍କ ଦ୍ଵାରା ବୈଠକରେ ଯୋଗ ଦେଇ ଉପସ୍ଥିତ ରହିବାକୁ ମିଳିଥିବା ଚିଠି ଦେଖାଇ ଥିଲେ l ଏହା ପୂର୍ବ ବୈଠକରେ ଅନୁରୂପ ଚିଠି ପାଇ ବୈଠକରେ ଉପସ୍ଥିତ ରହିବାର ନଜିର୍ ଦେଖାଇ ଥିଲେ l ବୈଠକକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା କୁମୁଦିନୀ ଦଳେଇ ପରିଚାଳନା କରୁଥିବା ବେଳେ ମନ୍ତ୍ରୀଙ୍କ ବ୍ୟବହାର ସାମ୍ବାଦିକ ମାନଙ୍କୁ ବ୍ୟଥିତ କରିଛି ବୋଲି ଅଭିଯୋଗ କରାଯାଇ ଥିଲା l ମନ୍ତ୍ରୀ ତାଙ୍କ ସ୍ପଷ୍ଟୀକରଣରେ ଦର୍ଶାଇ ଥିଲେ ମିଟିଂ ରେ ୧୦/୧୫ ମିନିଟ୍ ରହି ଫୋଟ ଉଠାଇ ସାମ୍ବାଦିକ ମାନେ ଛାଡି ଚାଲି ଯିବାର ବ୍ୟବସ୍ଥା ରହିଛି ବୋଲି ସେ ଏଭଳି ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ଧାର୍ଯ୍ୟ କରାଯାଇ ଥିବା ବେଳେ ସାମ୍ବାଦିକଙ୍କୁ ବୈଠକକୁ ଡାକିବାର ବିଧି ବ୍ୟବସ୍ଥା ସମ୍ପର୍କରେ ଅବଗତ ନଥାଇ ମନ୍ତ୍ରୀଙ୍କ ଏଭଳି ବ୍ୟବହାରକୁ ଘୋର ନାପସନ୍ଦ କରି ଉଚ୍ଚ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ମାନେ ଦୃଢ ଦାବି କରିଛନ୍ତି l
