ବେଆଇନ ଭାବେ ଗଛିତ କୋଇଲା ଜବତ କଲା ସିମୁଳିଆ ପୋଲିସ।

ବେଆଇନ ଭାବେ ଗଛିତ କୋଇଲା ଜବତ କଲା ସିମୁଳିଆ ପୋଲିସ।

Share with people

ଲକ୍ଷ ଲକ୍ଷ ଟଙ୍କାର କଳା ହୀରା ଜବଦ କଲା ସିମୁଳିଆ ପୋଲିସ l ବାଲେଶ୍ଵର ସିମୁଳିଆ ଥାନା ଅନ୍ତର୍ଗତ ବମତିଆ ସଂସ୍କୃତ ବିଦ୍ୟାଳୟ ସମ୍ମୁଖରେ ୨୦ଲକ୍ଷରୁ ଅଧିକ ବେଆଇନ କୋଇଲା ଗଛିତ ଥିବା ନେଇ ସିମୁଳିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ସଦର ଏସଡିପିଓ ଶସାଙ୍କ ଶେଖର ବେଉରାଙ୍କ ନିର୍ଦେଶ ରେ ସିମୁଳିଆ ପୋଲିସ ଚଢ଼ାଉ କରିଛି । ସୂଚନା ଅନୁଯାୟୀ ସିମୁଳିଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ବମତିଆ ସଂସ୍କୃତ ବିଦ୍ୟାଳୟ ନିକଟରେ ଚଢ଼ାଉ କରିଥିଲେ। ଏଥିରେ ବାରିପଦା ଷ୍ଟିଲ ଏବଂ ମାଇନିଙ୍ଗ ଅଧିକାରୀ ମାନେ ପହଞ୍ଚିଥିଲେ । ୩ହଜାରରୁ ଅଧିକ ଚୋରା କୋଇଲା ବସ୍ତା ପୋଲିସ ଜବତ କରିଛନ୍ତି। ସିମୁଳିଆ ଅଞ୍ଚଳରେ ଦିନକୁ ଦିନ ଚୋରା କୋଇଲା ମାଫିଆ ମାନେ ବ୍ୟବସାୟ କରୁଛନ୍ତି। ଏତେ ପରିମାଣ କୋଇଲା ବସ୍ତା କେଉଁଠୁ ଆସିଲା ଓ କିଏ ଆଣିଲା ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ l

ରିପୋର୍ଟ – ସୁମନ୍ତ ଦାସ


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *