
16 ନମ୍ବର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ବିଭିନ୍ନ ଗାଡିରୁ ଚାନ୍ଦା ଆଦାୟ କରିବା ଭିଡ଼ିଓ ସାମାଜିକ ଗଣ ମାଧ୍ୟମରେ ଭାଇରଲ ହେବା ଘଟଣାରେ ଦୁଇ କନଷ୍ଟେବଳଙ୍କୁ ପୁରୁଣା ବଜ଼ାର ଥାନାକୁ ବଦଳି ହୋଇଥିବା ବେଳେ ଜଣେ ଡ୍ରାଇଭରକୁ ହେଡ଼ କ୍ୱାଟର କୁ ବଦଳି କଲେ ଭଦ୍ରକ ଏସପି | ସୂଚନା ଅନୁଯାଇ ଏହି ଦୁଇ ପୋଲିସ କର୍ମଚାରୀ ଦୀର୍ଘ ଦିନ ଧରି ରାତିରେ ବିଭିନ୍ନ ଗାଡି ତଥା ଗୋରୁ ଗାଡି ଛେଳି ଓ ବାଉଁଶ ଗାଡି ରୁ ଚାନ୍ଦା ଆଦାୟ କରୁଥିଲେ,ଏହି ଘଟଣାର ଏକ ସିସିଟିଭି ଭିଡ଼ିଓ ଭାଇରଲ ହେବା ପରେ ଏସପି ନେଇଛନ୍ତି ଏଭଳି କାର୍ଯ୍ୟାନୁଷ୍ଠାନ | ଭଣ୍ଡାରିପୋଖରୀ ଥାନାର ଦୁଇ କନଷ୍ଟେବଳ ସୁଦାମ ମଲ୍ଲିକ ସନମୟ ପାତ୍ର ଙ୍କୁ ପୁରୁଣା ବଜ଼ାର ଥାନା କୁ ବଦଳି ଅନ୍ୟ ଜଣେ ଡ୍ରାଇଭର କୁ ଜ଼ିଲ୍ଲା ହେଡ଼ କ୍ୱାଟର କୁ ବଦଳି, ସୂଚନା ଦେଲେ ଭଦ୍ରକ ଏସପି ମନୋଜ ରାଉତ |
