ମଦର ଭୂସ୍ବର୍ଗରେ ଅଚାନକ ଚଢ଼ାଉ

ମଦର ଭୂସ୍ବର୍ଗରେ ଅଚାନକ ଚଢ଼ାଉ

Share with people

ମଦର ଭୂସ୍ବର୍ଗରେ ପୋଲିସ,ଅବକାରୀ, ବନବିଭାଗ ଓ ମାଇନିଂ ଟିମର ବଡ଼ ଧରଣର ଚଢ଼ାଉ। ବିପୁଳ ପରିମାଣର ଦେଶୀ ମଦ ସହ ୧୪ଟି ବାଇକ, ୧ଟି ସ୍କର୍ପିଓ ଏବଂ ଗୋଟିଏ ହାଇୱା କୋଇଲା ଜବତ ୨ ଗିରଫ ।

ପୋଲିସ,ଅବକାରୀ, ବନବିଭାଗ ଓ ମାଇନିଂ ଟିମର ବଡ଼ ଧରଣର ଚଢ଼ାଉ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ପୋଲିସ,ଅବକାରୀ, ବନବିଭାଗ ଓ ମାଇନିଂ ଟିମର ବଡ଼ ଧରଣର ରେଡ୍ ଦେଖିବାକୁ ମିଳିଛି। ମିଳିତ ଚଢ଼ାଉରେ ବିପୁଳ ପରିମାଣର ଦେଶୀ ମଦ ସହ ୧୪ଟି ବାଇକ, ୧ଟି ସ୍କର୍ପିଓ ଏବଂ ଗୋଟିଏ ହାଇୱା ଟ୍ରକ ପୂର୍ଣ୍ଣ କୋଇଲା ଜବତ କରାଯାଇଛି ।ତେବେ ପ୍ରାୟ ୩ ହଜାର ଲିଟର ଦେଶୀ ମଦ ଏବଂ ମଦ ତିଆର ସାମଗ୍ରୀ ମଧ୍ୟ ଜବତ ହୋଇଛି। ଦେଶୀ ମଦର ଭୂସ୍ବର୍ଗ ପାଲଟିଥିବା ଆମ୍ବପଳାସ ଗାଁରେ ପ୍ରଥମ ଥର ପାଇଁ ଏକ ବଡ଼ ଧରଣର ରେଡ ଦେଖିବାକୁ ମିଳିଛି। ଏଥିରେ ସମ୍ପୃକ୍ତ ଥିବା ଅରୁଣ ମହାପାତ୍ର ଏବଂ କାର୍ତ୍ତିକ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ। ତେବେ କିଛି ମଦ ମାଫିଆଙ୍କ ନାଁକୁ ଗୁପ୍ତ ରଖିଛି ଅବକାରୀ ପୋଲିସ। ଯାହାକୁ ନେଇ ତଦନ୍ତ ଜାରି ରହିଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

[ Reporter- Asim Amitav Satpathy ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *