ଅଜା ଘରକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ଅଜା ଘରକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

Share with people

ବାଲେଶ୍ୱର: ପୋଖରୀ ପାଣିରେ ବୁଡ଼ି ତିନି ବର୍ଷ ନାବାଳକର ମୃତ୍ୟୁ l ମିଳିଥିବା ସୂଚନା ଅନୁଯାୟୀ ,ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଙ୍ଗରଖଡ଼ିଗଡିଆ ଗ୍ରାମର ମହେଶ୍ୱର ଲେଙ୍କାଙ୍କର ତିନି ବର୍ଷର ପୁଅ ଦିବ୍ୟାଂଶୁ ନିଜ ଅଜା ଘର ଖଇରା ବ୍ଲକ ସ୍ଥିତ ଓସୁରିଆ ଗ୍ରାମକୁ ଯାଇଥିଲେ l ସକାଳ ଅଜା ଅନନ୍ତ ସାମଲ ଗାଡି ପୂଜା ପାଇଁ ମନ୍ଦିକୁ ଯାଇଥିବା ବେଳେ ଘର ନିକଟରେରେ ଥିବା ଏକ ପୋଖରୀ ପାଖରେ ଦିବ୍ୟାଂଶୁ ଏକୁଟିଆ ଖେଳୁଥିଲେ ଆଉ ହଟାତ ସେ ପୋଖରୀରେ ପଡିଯାଇଥିଲେ l ପରେ ସ୍ଥାନୀୟ ଲୋକ ଦେଖି ଦିବ୍ୟାଂଶୁକୁ ଉଦ୍ଧାର କରି ଖଇରା ମେଡିକାଲ ରେ ଭର୍ତ୍ତି କରିଥିଲେ lହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୃତ୍ୟୁ ଖବର ପାଇ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ଖଇରା ପୋଲିସ ପହଁଚି ମୃତ ଦେହକୁ ଜବଦ ରଖି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି l

[ ରିପୋର୍ଟର – ସୁମନ୍ତ ଦାସ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *