ପୂର୍ବତଟ ରେଳ କର୍ମଚାରୀ ସଙ୍ଘ ସମ୍ବଲପୁର ପକ୍ଷରୁ ଆଜି ସମ୍ବଲପୁର ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବୀ ନେଇ ଆଜି ଧାରଣା ଦିଆଯାଇଛି l ଏହି ଧାରଣାରେ ପୂର୍ବତଟ ରେଳ କର୍ମଚାରୀ ସଙ୍ଘ ସମ୍ବଲପୁରର ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ l ସଦସ୍ୟ ମାନଙ୍କ କହିବା ଅନୁଯାଇ ସଙ୍ଘ ପକ୍ଷରୁ ସରକାରଙ୍କୁ ଅଷ୍ଟମ ବେତନ କମିଶନ ପାଇଁ ଟିମ ଗଠନ କରାଯିବା ପାଇଁ ବହୁ ଦିନରୁ ଦାବୀ ହୋଇଆସୁଛି, କିନ୍ତୁ ସରକାର ଏପର୍ଯ୍ୟନ୍ତ କୌଣସି ଟିମ ଗଠନ କରିନାହାନ୍ତି l ତାହାସହ ଡିଭିଜନ ସ୍ତରୀୟ ବହୁ ଗୁଡିଏ ସମସ୍ୟା ରହିଛି l ଯେପରି କି କମରସିଆଲ ଷ୍ଟାଫ ମାନଙ୍କୁ ବିନା କାରଣରେ ହଇରାଣ କରାଯାଉଛି l ଟ୍ରାକ ମେନ ମାନଙ୍କୁ କାର୍ଯ୍ୟ ନାଁରେ ଅତ୍ୟାଚାର କରାଯାଉଛି l ଲୋକୋ ରନିଙ୍ଗ ଷ୍ଟାଫ,ଅପ୍ରେଟିଙ୍ଗ ଷ୍ଟାଫ ସହ ସବୁ ଡିପାଟମେଣ୍ଟ ରେ ଷ୍ଟାଫ କମ ଥିବାରୁ କମ ଷ୍ଟାଫ କୁ ଅଧିକ କାର୍ଯ୍ୟଭାର ଦିଆଯାଉଛି l ତେବେ ଏସବୁ ସମସ୍ୟାର ସମାଧାନ ନେଇ ସରକାର ଙ୍କୁ ସଙ୍ଘ ପକ୍ଷରୁ ବାରମ୍ବାର ଦାବୀ କରାଯାଉଛି l ହେଲେ ସରକାର ଏଥିପ୍ରତି କୌଣସି ଦୃଷ୍ଟି ନଦେବାରୁ ସଙ୍ଘ ପକ୍ଷରୁ 12 ଦଫା
ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏପରି ପର୍ଯ୍ୟକ୍ରମେ ଧାରଣା ଦିଆଯିବ ବୋଲି ସଙ୍ଘ ତରଫରୁ ସୂଚନା ଦିଆଯାଇଛି l ଏହି ଧାରଣା ଆଜି ପୂର୍ବ ତଟ ରେଲ ବିଭାଗ ର ସମସ୍ତ ଡିଭିଜନ ରେ ଧାରଣା ଦେବା ସହ ଦାବିପତ୍ର ଦିଆଯାଇଛି l

