ପାରାଦ୍ଵୀପ ବନ୍ଦରରେ କାର୍ଯ୍ୟରତ ଚେନ୍ନାଇରାଧା କମ୍ପାନୀରେ ଚାଲିଛି ଏକଛତ୍ରବାଦ ଶାସନ

ପାରାଦ୍ଵୀପ ବନ୍ଦରରେ କାର୍ଯ୍ୟରତ ଚେନ୍ନାଇରାଧା କମ୍ପାନୀରେ ଚାଲିଛି ଏକଛତ୍ରବାଦ ଶାସନ

Share with people

ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ବାହାର ରାଜ୍ୟର ଶ୍ରମିକ ମାନଙ୍କ ଦରମା ବୃଦ୍ଧି ସହିତ ସେମାନଙ୍କୁ ଦିଆଯାଉଛି ଅଧିକ ସୁବିଧା। ମାତ୍ର ସ୍ଥାନୀୟ ଯୁବକମାନଙ୍କୁ ଏଠାରେ ନିର୍ଯ୍ୟାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କମ୍ପାନୀ ର ମେସ୍ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି। ଦୀର୍ଘ ଦିନ ହେଲା କମ୍ପାନୀ କତ୍ତୃପକ୍ଷ ସ୍ଥାନୀୟ ଶ୍ରମିକଙ୍କ ଦରମା ବୃଦ୍ଧି କରୁ ନଥିବା ବେଳେ ଏ ସମ୍ପର୍କରେ ପଚାରିଲେ ସେମାନଙ୍କୁ ଛଟେଇ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। କମ୍ପାନୀର କାର୍ଯ୍ୟାଳୟ ବନ୍ଦରର ନିଷିଦ୍ଧାଞ୍ଚଳରେ ରହୁଥିବାରୁ ଶ୍ରମିକ ମାନଙ୍କୁ ପ୍ରତିବାଦ କରିବାର ସୁଯୋଗ ମଧ୍ୟ ମିଳୁନାହିଁ। ଗତ ତିନିଦିନ ତଳେ ବାହାର ରାଜ୍ୟର ଶ୍ରମିକ ମାନଙ୍କ ଦରମା ବୃଦ୍ଧି କରାଯାଇଛି , ମାତ୍ର ଗତ ୪ ମାସ ତଳେ ଦରମା ବୃଦ୍ଧି ପାଇଁ କମ୍ପାନୀକୁ ଚିଠି କରାଯାଇଥିଲେ ମଧ୍ୟ ସ୍ଥାନୀୟ ଶ୍ରମିକଙ୍କ ଦରମା ବୃଦ୍ଧି କରାଯାଇନାହିଁ। ଏହାକୁ ନେଇ ଆଜି ପାରାଦ୍ଵୀପ ଜେ ବି କଲୋନୀ ରେ ଥିବା ଚେନ୍ନାଇରାଧା କମ୍ପାନୀ ର ମେସ୍ ସମ୍ମୁଖରେ ଶତାଧିକ ଶ୍ରମିକ ସେମାନଙ୍କ ଦରମା ବୃଦ୍ଧି ଓ ଛଟେଇ ଶ୍ରମିକ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି।

[ ରିପୋର୍ଟ- ବୈଷ୍ଣବ ରାଉଳ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *