ମୂଖ୍ୟ ରାସ୍ତା ପାଖରେ ଥିବା ଗ୍ରାମର ଅବସ୍ଥା ଯଦି ଏହିପରି ତେବେ ଦୁର୍ଗମ ଅଞ୍ଚଳର ଗ୍ରାମ ମାନଙ୍କ ଅବସ୍ଥା କିପରି ଥିବ ଏଥିରେ ସ୍ପଷ୍ଟ ଜଣାପଡ଼ୁଛି ।
ସ୍ବଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ଗମାଙ୍ଗକୁଡିଆ ଗ୍ରାମ ବାସୀ।
ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ୍ କୁଜେନ୍ଦ୍ରି ପଞ୍ଚାୟତ ଅନ୍ତର୍ଗତ ଗମାଙ୍ଗକୁଡ଼ିଆ ଗ୍ରାମରେ ୧୧ ଟି ପରିବାର ୪୦ ରୁ ଉର୍ଦ୍ଧ ଲୋକ ଦୀର୍ଘ ବର୍ଷ ହେବ ବସବାସ କରିଆସୁଛନ୍ତି କିନ୍ତୁ ପ୍ରଶାସନ ସ୍ୱଛ ଜଳ ଯୋଗାଇବାରେ ବିଫଳ ହୋଇଛି। ନଳକୂପର ଜଳ କାଦୁଅ ସହ ଦୁଷିତ ଜଳ ବାହାରୁଥିବା ର ଦେଖିବାକୁ ମିଳୁଛି l ଯାହାକି ପିଇବା ପାଇଁ ବିପଦ ଜନକ ଅଟେ। ବିକାଶଶୀଳ ଓଡ଼ିଶା ବୋଲି ଡିମ୍ ଡିମ୍ ପିଟୁଥିବା ସରକାର ର ପ୍ରଗତି ଏହି ଗ୍ରାମରେ ଜଳଜଳ ହୋଇ ଦେଖାଯାଉଛି। ସରକାରୀ ବାବୁ ମାନଙ୍କର ଆନ୍ତରିକତା ନାହିଁ କି ଦୃଷ୍ଟି ନାହିଁ। ଫଳରେ ଏହି ନୀରିହ ଗ୍ରାମବାସୀ ପାନୀୟ ଜଳର ଅଭାବ ସହ ମୈଳିକ ଅଧିକାର ରୁ ଏବେ ମଧ୍ୟ ବଞ୍ଚିତ ହୋଇ ରହିଛନ୍ତି। ମୂଖ୍ୟ ରାସ୍ତା ପାଖରେ ଥିବା ଗ୍ରାମର ଅବସ୍ଥା ଯଦି ଏହିପରି ତେବେ ଦୁର୍ଗମ ଅଞ୍ଚଳର ଗ୍ରାମ ମାନଙ୍କ ଅବସ୍ଥା କିପରି ଥିବ ଏଥିରେ ସ୍ପଷ୍ଟ ଜଣାପଡ଼ୁଛି। ଏନେଇ ଗ୍ରାମବାସୀମାନେ ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ୨/୩ ଥର ଜଳର ସମସ୍ୟା ପାଇଁ ଜଣାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଗୁହାରି ଦୃଷ୍ଟି ଦେଇନଥିବା ଅଭିଯୋଗ ହେଉଛି। ବ୍ଲକ୍ ଅଧକ୍ଷ ରବିଶଙ୍କର ଗମାଙ୍ଗଙ୍କୁ ଜଣାଇବାରୁ ବୋତଲ୍ ରୁ ପାଣିଆଣ ଦେଖିବା କହିବାରୁ ଗ୍ରାମବାସୀ ପାଣି ଧରି ବ୍ଲକ୍ କୁ ଦେଖାଇବାକୁ ଯାଇଥିବା ଗାଁ ଲୋକେ କହିଛନ୍ତି l

ଗମାଙ୍ଗ କୁଡ଼ିଆ ଓ ଲାକଡା ନଗର ବାସିନ୍ଦା ପାଇଁ ଶୋଲାର ବର୍ ନିର୍ମାଣ ହୋଇଛି କିନ୍ତୁ ଲାକଡା ନଗର ବାସିନ୍ଦା ଗମାଙ୍ଗକୁଡ଼ିଆ ଯିବା ପାଇପ୍ କୁ ବନ୍ଦ କରିଥିବାରୁ ଗମାଙ୍ଗ କୁଡ଼ିଆ ଗାଁ ଲୋକ ସ୍ୱଛ ଜଳ ପାଇ ପାରୁନଥିବା ଅଭିଯୋଗ କରିଥିଲେ। ବି.ଡି.ଓ , ଚେର୍ ମେନ୍ ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ନିରୀହ ଗରିବ ଗ୍ରାମ ବାସିଙ୍କ ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଥିଲେ ଗମାଙ୍ଗକୁଡ଼ିଆ ବାସିନ୍ଦା। ଛୋଟ ଛୋଟ ଛୁଆ,ସ୍କୁଲ ପିଲା,ବୃଦ୍ଧା ,ବୃଦ୍ଧ ଓ ସୁସ୍ଥ ଲୋକ ଗୋଳିଆ ପାଣି ପିଇ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲୁ ବୋଲି ଗ୍ରାମବାସୀ କହିଥିଲେ। ଏଭଳି ହୃଦୟ ବିଦାରକ ଦୁଃଖ କଷ୍ଟର ନିରିହ ଲୋକଙ୍କର ପ୍ରଶାସନ ଓ ଜନ ପ୍ରତିନିଧି ଗମାଙ୍ଗକୁଡ଼ିଆ ବାସୀଙ୍କୁ କେବେ ସ୍ୱଛ ଜଳ ଯୋଗାଇବେ ତାହା ଦେଖିବାକୁ ବାକିରହିଲା।