ଦରମା ମିଳୁନଥିବାରୁ ପାଟି ଖୋଲିବାରୁ ଜଣେ ପୂର୍ବର ଲକ୍ଷ୍ମୀ ବସ ଡ୍ରାଇଭର ଙ୍କୁ ୧୫ଦିନ ହେଲା ଚାକିରିରୁ ବିଦା ହେବାକୁ ପଡ଼ିଛି । ଏନେଇ ସେ ଦୟଣାବିଲ ଠାରେ ଅନୁଷ୍ଠିତ ପଲ୍ଲୀ ରୁ ପ୍ରଶାସନ କାର୍ଯ୍ୟକ୍ରମ ରେ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ଖବର ନେବାରୁ ଜଣାଯାଏ ଯେସେପ୍ଟେମ୍ବର ମାସ ୨୪ ତାରିଖ ଦିନ ଭୁବନ ଯାତ୍ରା ପଡିଆ ରୁ ଲକ୍ଷ୍ମୀ ବସ ବା ଗ୍ରାମୀଣ ବସ ଷ୍ଟାଣ୍ଡ ରେ ୭ ଟି ଗାଡ଼ି ଗଡି ନଥିଲା। ୨/୩ମାସ ହେଲା ଦରମା ନପାଇ ବସ ଆଗରେ ଧାରଣାରେ ବସିଥିଲେ ଡ୍ରାଇଭର ଓ କର୍ମଚାରୀ। ଫଳରେ ଢେଙ୍କାନାଳଜିଲ୍ଲା ଭୁବନରେ ଗ୍ରାମ୍ୟ ବସ ସେବାପୂର୍ବ ର (ଲକ୍ଷ୍ମୀ)ଯୋଜନା ଠପ ହୋଇଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଲୋକମାନେ ସୁବିଧାରେ ଯାତାୟାତ କରିବା ପାଇଁ ଗତ ଫେବୃଆରୀ ମାସଠାରୁ ତତକାଳୀନ ନବୀନ ସରକାର ଏହି ଲକ୍ଷ୍ମୀ ବସ ସେବା ଯୋଗାଇ ଦେଇଛନ୍ତି। ଭୁବନ ବ୍ଲକରେ ମୋଟ ୭ଟି ବସ ଚାଲୁଛି। ଲୋକମାନେ ବହୁ ସୁବିଧାରେ ଯାତାୟାତ କରୁଛନ୍ତି। କିନ୍ତୁ ବସ ବନ୍ଦ ହୋଇଥିବାରୁ ସାଧାରଣରେ ଅଞ୍ଚଳବାସୀ ହଇରାଣ ହରକତ ହେଉଥିଲେ । ତେବେ ସ୍ଥାନୀୟ ସ୍ତରରେ ଏହାକୁ ବୁଝୁଥିବା ସୁପରଭାଇଜରଙ୍କ ମନମାନି ଓ ଠକାମି ମନବୃତ୍ତି କାରଣରୁ ଏହି ସମସ୍ୟା ଉପୁଜିଥିଲା ବୋଲି ଜିରାଳ ରୁଟ ରେ ଗାଡ଼ି ଚଲାଉଥିବା ଦୁଷ୍ମନ୍ତ କୁମାର କଅଁର ଅଭିଯୋଗ କରିଥିଲେ। ଆଧାର କାର୍ଡ ଭୂଲ ଯୋଗୁ ଅସୁବିଧା ହୋଇଥିଲା । ଧର୍ମଘଟ ପରେ ତାଙ୍କୁ ଦରମା ସିନା ମିଳିଗଲା । କିନ୍ତୁ ସେଦିନ ତୃତୀୟ ଟ୍ରିପରେ ଦୁଷ୍ମନ୍ତ ଙ୍କୁ କାର୍ଯ୍ୟ ରୁ ଅନ୍ତର କରାଯାଇଛି ବୋଲି ସେ ଲିଖିତ ଭାବେ ପଲ୍ଲୀ ରୁ ପ୍ରଶାସନ ରେ ଜଣାଇଛନ୍ତି । ସେ ଜଣେ ଗରିବ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଆବାସ ଯୋଜନା ରେ ସାମିଲ ପାଇଁ ଦୁଷ୍ମନ୍ତଙ୍କ ସ୍ତ୍ରୀ ସସ୍ମିତା ଦାବି ଜଣାଇଛନ୍ତି ।

