ପାଟଣାଗଡ ରେଞ୍ଜରେ ବିଦ୍ୟୁତ ଲଗାଇ ପୁଣି ଦନ୍ତା ଶିକାର

ପାଟଣାଗଡ ରେଞ୍ଜରେ ବିଦ୍ୟୁତ ଲଗାଇ ପୁଣି ଦନ୍ତା ଶିକାର

Share with people

ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେଞ୍ଜ ଅଧିନରେ ଲରମ୍ଭା ଫରେଷ୍ଟ ସେକ୍ସନ ଗଡିଆଜୋର ଗାଁ ନିକଟ ରେ ପୁଣି ଏକ ଗଜରାଜ କୁ ଟାର୍ଗେଟ କରାଯାଇଛି । ବିଦ୍ୟୁତ ତାର ଲଗାଇ ଦୁର୍ବୁତ୍ତ ଗଡିଆଜୋର ଗାଁ ଡ୍ୟାମ ନିକଟରେ ଦନ୍ତା ହାତୀ କୁ ହତ୍ଯା କରିଛନ୍ତି । ଆଜି ସକାଳୁ ଏ ବିଷୟ ରେ ଖବର ପାଇ ବନବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହାତୀ ମାନଙ୍କ ଗତିବିଧି ଉପରେ ଅନୁଧ୍ୟାନ ପାଇଁ ଗଜସାଥି ନିୟୋଜିତ ହୋଇଛନ୍ତି । ବନବିଭାଗ ର ଫରେଷ୍ଟଗାର୍ଡ ଏବଂ ଫରେଷ୍ଟର ଦିନରାତି ହାତୀ କୁ ଟ୍ରାକ କରି ରିପୋର୍ଟ ପ୍ରଦାନ ପାଇଁ ନୀୟମ ଥିଲେ ସୁଦ୍ଧା ବନବିଭାଗ ର ଚରମ ଅବହେଳା ଅନୁମାନ ହେଉଛି !

[ ରିପୋର୍ଟ- ଜିଲ୍ଲାରୁ ପଲସି ବରିହା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *