ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ କୁକୁଡ଼ାବାହାଳୀ ଗ୍ରାମରେ ସୋମବାର ଅପରାହ୍ନ ୪ଟା ବେଳେ ପାଗଳା କୁକୁର ଆକ୍ରମଣରେ ୯ ଆହତ ହୋଇଛନ୍ତି। ଆହତ ମାନେ ହେଲେ କୁକୁଡ଼ାବାହାଳି ଗ୍ରାମର ଡାଳିମ୍ବ ପ୍ରଧାନ (୬୫), ମାନୁ ପ୍ରଧାନ (୪), ରୀୟନ୍ ପ୍ରଧାନ (୩), ଆରୀୟନ୍ ପ୍ରଧାନ (୩), ସଂଙ୍କୁନ୍ତଲା ପ୍ରଧାନ (୨୪), ନଳିନୀ ସାହୁ (୩୫), ସ୍ମାଇଲ ରାଉଳ (୪) , ଠଣ ସୁନ୍ଦର ସାହୁ (୧୦) ଓ ରୁପେସ ସେଠୀ (୩)। ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରା ଯାଇଛି। ଏନେଇ ଅଞ୍ଚଳରେ ପାଗଲା କୁକୁର ଆକ୍ରମଣ ପରେ ଆତଙ୍କ ଖେଳି ଯାଇଛି ।
