ପାଇଖାନା ଟାଙ୍କିରେ ପଡି ତିନିଜଣ ଶିଶୁଙ୍କର ମୃତ୍ୟୁ || CUTTACK NEWS

ପାଇଖାନା ଟାଙ୍କିରେ ପଡି ତିନିଜଣ ଶିଶୁଙ୍କର ମୃତ୍ୟୁ || CUTTACK NEWS

Share with people

ବଡମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଅଭାବନୀୟ ଘଟଣା। ପାଇଖାନା ଟାଙ୍କିରେ ପଡି ଅକାଳରେ ଚାଲିଗଲା ୩ଟି ଶିଶୁଙ୍କ ଜୀବନ। ସୂଚନା ମୁତାବକ ରଗଡିପଡା ଅନ୍ତର୍ଗତ ତଅଳାସାହି ଗାଁରେ ମାମୁଁଘରକୁ ଆସି ଟାଙ୍କି ରେ ପଡି ଦୁଇ ନାବାଳକ ଜଣେ ନାବାଳିକାଙ୍କ  ମୃତ୍ୟୁ ହୋଇଛି। ମୃତକ ତିନି ଜଣ ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁର । ବଡମ୍ବା ମେଡିକାଲ ରେ ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ସହ ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଖେଳୁ ଖେଳୁ ଅସାବଧାନତା ଯୋଗୁ ସେମାନେ ପଡିଯାଇଥିବା ସନ୍ଦେହ କରାଯାଉଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *