ଦଶହରା ପର୍ବ ଆସିଲେ ମନେପଡେ ଢେଙ୍କାନାଳ ଜିଲ୍ଲା ଭୂବନର ଐତିହାସିକ ବଳଦଯାତ୍ରା କଥା।ପ୍ରାୟ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥାଏ ଯାତ୍ରାର ପ୍ରସ୍ତୁତି।ସେହିଦିନ ଠାରୁ ଶୁଭଖୁଣ୍ଟି ସ୍ଥାପନ କରିବା ସହ ଗ୍ରାମରେ ବଳଦକୁ ଚଲାଇବା ପାଇଁ ଅଭ୍ୟାସ କରାଯାଇଥାଏ।ବିଶ୍ବାସ ଓ ପରମ୍ପରାକୁ ନେଇ ଶୁଭଖୁଣ୍ଟି ସ୍ଥାପନ ପରେ ରିତିନିତି ଅନୁଯାୟି ପୂଜାପାଠ କଲେ ବଳଦଯାତ୍ରାରେ କୈାଣସି ଅସୁବିଧା ହୋଇନଥାଏ ।
ପରମ୍ପରାର ବାର୍ତ୍ତାବହ ଐତିହାସିକ ବଳଦଯାତ୍ରା
ପୂର୍ବରୁ ଦେଶର ସର୍ବକନିଷ୍ଠ ସ୍ବାଧିନତା ସଂଗ୍ରାମି ଶହିଦ ବାଜି ରାଉତଙ୍କ ସହିଦ କଥାକୁ ପରିଚୟ ଲାଭ କରିଥିବା ବେଳେ ଏବେ ଆଉ ଏକ ପରିଚୟ ଭାବେ ଯୋଡି ହୋଇଛି ଏହି ବିଶ୍ବପ୍ରଷିଦ୍ଧ ବଳଦ ଯାତ୍ରା ।ପ୍ରାୟ ୩ହଜାର ବର୍ଷ ପୂର୍ବେ ଯେତେବେଳେ କି କୈାଣସି ଯାନବାହନର ପ୍ରଚଳନ ହେଉନଥିଲା । ଏଠାକାର ବାସିନ୍ଦା ମାନେ ବଳଦ ଯୋଗେ ବାଣିଜ୍ୟ କରିବା ଆରମ୍ଭ କରିଥିଲେ।ତେଣୁ ଏମାନଙ୍କୁ ବଳଦିଆ ବୋଲି କୁହାଯାଉଥିଲା।କାଳକ୍ରମେ ଗାଡିମଟରର ପ୍ରଚଳନ ହେବା ପରେ ଏହା ବନ୍ଦ ହୋଇଯାଇଛି ସିନା ବର୍ଷ ସାରା ବାହାରେ ବେପାର ବଣିଜ କରିବା ପରେ ଏହି ଦଶହରା ସମୟରେ ସମସ୍ତେ ଘରକୁ ଫେରିଥାନ୍ତି।ଏହି ଫେରିବା ସମୟକୁ ଗ୍ରାମବାସିଙ୍କ ତରଫରୁ ବାଜା,ବାଣ ଫୁଟାଇ ବଳଦକୁ ସ୍ବାଗତ କରିବା କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା ବଳଦ ଯାତ୍ରା।କିନ୍ତୁ ଭୂବନ ବାସି ଏହାକୁ ଭୂଲିନାହାଁନ୍ତି।ପ୍ରତ୍ୟେକ ବର୍ଷ ଏହି ପୂରୂଣା ସ୍ମୃତିକୁ ମନେପକାଇ ପଶୁ ମାନବ ସଂପର୍କ ପାଇିଁ ଏହି ବଳଦଯାତ୍ରାକୁ ପାଳନ କରୁଛନ୍ତି।
ପ୍ରତିବର୍ଷ ବିଜୟାଦଶମିରେ ରାତିସାରା ପାଳିତ ହୋଇଥାଏ ଏହି ବଳଦ ଯାତ୍ରା।ଅତିତରେ ଓଡିଆ ସାଧବ ପୂଅ ବଣିଜ-ବେପାର କରିବା ଏହାର ଜ୍ବଳନ୍ତ ଉଦାହରଣ।ଥୋରିଆ ସଂପ୍ରଦାୟର ସ୍ତ୍ରି ଲୋକମାନେ ନୂତନ ବସ୍ତ୍ର ପରିଧାନ କରି ଘରକୁ ସଫାସୁତରା କରି ନିଜର ମାଣ,ଘଣ୍ଟ,ଖଣ୍ଡା ଆଦିକୁ ସଜ ବସାଇଥାନ୍ତି।ମହାଳୟା ଦିନଠାରୁ ଶୁଭଖୁଣ୍ଟି ସ୍ଥାପନ ପରଠୁ ବଳଦ ମାନଙ୍କୁ ଏହି ଖୁଣ୍ଟିରେ ବନ୍ଧାଯାଇଥାଏ ଓ କୈାଣସି ଅଇିଁଠା ଖାଦ୍ୟ ଦିଆଯାଏ ନାହିଁ।କିମ୍ବା ବାହାର ଲୋକ କେହି ବଳଦକୁ ଛୁଅଁନ୍ତି ନାହିଁ।ବିଶ୍ବାଶ ଅଛି ଏଭଳି ହେଲେ ବଳଦମାନେ ଯାତ୍ରା ସମୟରେ ଆମାନିଆଁ ହୁଅନ୍ତି ।ଏହି ବର୍ଷ ପ୍ରାୟ ୩୧ଟି ବଳଦ ଓ ୨ ଷଣ୍ଢ ସୁସଜ୍ବିତ କରାଯାଇ ଯାତ୍ରାରେ ସାମିଲ ହେବା ଓ ସେମାନଙ୍କ ସିଙ୍ଗରେ ବିଭିନ୍ନ ରଙ୍ଗବେରଙ୍ଗ ର ଟାହିଆ ଲଗାଇବା ଦୃଶ୍ୟ ସପୂର୍ଣ ନିଆରା।ସବୁଠୁ ଆଶ୍ଚର୍ଯ୍ୟର କଥା ନାଚ,ଗିତ,ବାଜା,ବାଣ, ବ୍ୟାଣ୍ଡପାର୍ଟି ବାଜୁଥିଲେ ମଧ୍ୟ ବଳଦ ମାନେ ବିଚଳିତ ନହୋଇ ଗାଁକୁ ପରିକ୍ରମା କରିଥାନ୍ତି ।

ବିଜୟା ଦଶମି ଆସିଲେ ବଳଦିଆ ଓ ଥୋରିଆ ଜାତିର ଲୋକମାନେ ଲାଗିପଡନ୍ତି ଏହି ଯାତ୍ରାର ପୂର୍ଣ୍ଣାଙ୍ଗ ପାଇିଁ।ବଳଦ ମାନଙ୍କୁ ରଙ୍ଗବେରଙ୍ଗ ଟାହିଆ ଫୁଲ ସଜାଈ ଆଣିଥାନ୍ତି ଯାତ୍ରା ପାଇିଁ।ରାତି ସାରା ଯାତ୍ରା କରିବା ପରେ ଦ୍ଵାଦଶୀ ଦିନ ଅର୍ଥାତ ପରଦିନ ସକାଳେ ଥୋରିଆ ସଂପ୍ରଦାୟର ଅଧିଷ୍ଠାତ୍ରି ଦେବି ମା ବଣିଯାରିଙ୍କ ନିକଟରେ ପହଞ୍ଚି ମନ୍ଦିର ଚାରିପଟେ ବୁଲିଥାନ୍ତି।ସେଠାରେ ପୂଜକ ପୂଜା କରିବା ପରେ ଶେଷ ହୋଇଥାଏ ପ୍ରସିଦ୍ଧ ବଳଦ ଯାତ୍ରା। ସକାଳ ୭ ସୁଦ୍ଧା ସାଉଣ୍ଡ ଓ ବାଜାକୁ ବନ୍ଦ କରିଦେଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କମିଟିର ମେମ୍ବର ଓ ଗ୍ରାମବାସି। ଯାହାକୁ ନେଇ ଭୁବନରେ ସ୍ରୁଷ୍ଟି ହୋଇଛି ଅସନ୍ତୋଷ |

