ବୈପାରୀଗୁଡା ବ୍ଲକର ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ କସମଗୁଡା ଗ୍ରାମରେ ସରକାରୀ ଅର୍ଥ ବେ-ସରକାରୀ ଜମିରେ ବ୍ୟୟ ହେଉଥିବା ଅଭିଯୋଗରେ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି।
ସେମାନଙ୍କ ଅନୁସାରେ, “ବିକଶିତ ଓଡିଶା ବିକଶିତ ଗ୍ରାମ” ଯୋଜନାରେ ମନ୍ଦିର ଉନ୍ନତି ପାଇଁ ଆସିଥିବା ଅର୍ଥରେ ମନ୍ଦିରର ରାସ୍ତା ନିର୍ମାଣ ନାମରେ ଦୁଇ ଚାଷୀ ଲବ ପରଜା ଓ ସୁନ୍ଦର ପରଜାଙ୍କ ନିଜସ୍ୱ ଜମି ଉପରେ ରାସ୍ତା ତିଆରି ହୋଇଛି। ଏହି ନେଇ ସେମାନଙ୍କ ସହମତି ନିଆଯାଇନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଏହାର ବିଧିବଦ୍ଧ ତଦନ୍ତ ସହିତ ଜମି କ୍ଷତିପୂରଣ ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି |

