କୋଠା ଭିତରେ ବ୍ୟାଗ ବ୍ୟାଗ ଭିତରେ ବୋମା

କୋଠା ଭିତରେ ବ୍ୟାଗ ବ୍ୟାଗ ଭିତରେ ବୋମା

Share with people

ନିର୍ମାଣାଧୀନ କୋଠାରୁ ମିଳିଲା ୩୦ରୁ ଅଧିକ ବୋମା ଭର୍ତ୍ତି ବ୍ୟାଗ୍

ନିର୍ମାଣାଧୀନ କୋଠାରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍

ନିର୍ମାଣାଧୀନ କୋଠାରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍ । ବ୍ୟାଗରେ ଭରି ରହିଥିଲା ୩୦ରୁ ଅଧିକ ବୋମା । ସେହି ବୋମା ଫୁଟିଥିଲେ ଲୋକେ ମୃତାହତ ହେବା ନିଶ୍ଚିତ ଥିଲା। କିନ୍ତୁ ବଡ଼ ଅଘଟଣ ଘଟିବା ପୂର୍ବରୁ ସମସ୍ତ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଜୁରିଆରେ ଏପରି ଏକ ଘଟଣା ଘଟିଛି ତେବେ ପୁଲିସ୍‌କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍‌ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।

ସେପଟେ କିଛି ଦିନ ହେଲାଣି ବ୍ରହ୍ମପୁରରେ ଅପରାଧମୂଳକ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ଲକିଂ କରି କଡ଼ା ଯାଞ୍ଚ କରାଯାଉଥିବା ବେଳେ ସହର ବାହାରେ ଥିବା ନିର୍ମାଣାଧୀନ ଘର ବି ତଲାସୀ କରାଯାଉଛି। କାରଣ ଅପରାଧିମାନେ ଏପରି ଘରକୁ ଟାର୍ଗେଟ କରୁଛନ୍ତି। ସେଠାରେ ସେମାନେ ନିଜ ଆଡ୍ଡା ଜମାଇବା ସହ ବିଭିନ୍ନ ଅପରାଧ ଘଟାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।

ଏପରି ସୂଚନା ପାଇ ପୁଲିସ୍‌ ଦୁଇ ଦିନ ତଳେ ପାଟ୍ରୋଲିଂ କରୁଥିବା ବେଳେ ଖଜୁରିଆରେ ଏକ ନିର୍ମାଣାଧୀନ ଘରେ ଚଢ଼ାଉ କରିଥିଲା । ପୁଲିସ୍‌କୁ ଦେଖି ଉକ୍ତ ଘରେ ଥିବା କିଛି ଯୁବକ ଦୌଡ଼ି ପଳାଇଥିଲେ। ଏହାପରେ ପୁଲିସ୍‌ ଉକ୍ତ ଘର ଖାନତଲାସୀ କରି ଏକ ବ୍ୟାଗ୍‌ ଭର୍ତ୍ତି ବୋମା ଜବତ କରିଥିଲା। ଏହି ଘଟଣାକୁ ନେଇ ସାରା ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *