KALAHANDI NEWS: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ତ ବଡ଼ ଧାରପୁର ପଞ୍ଚାୟତ ଅଧୀନରେ ଥିବା ସାନଧାରପୁର ଗ୍ରାମରେ ଜନ୍ମକଲା ମା’କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଘଟଣାଟି ଘଟିଛି ମଙ୍ଗଳବାର ଅପରାହ୍ନ ୨ ଟା ବେଳେ । ସାନଧାରପୁର ଗ୍ରାମର ଭୁବନ ବିଶ୍ବାଳ(୩୦) କୌଣସି କାରଣକୁ ନେଇ ତାଙ୍କ ଘରେ କୋଠରୀ ବନ୍ଦ କରି ନିଜ ମା କଳ୍ପନା ବିଶ୍ବାଳ (୫୬)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଭଳି ଲୋମ ହର୍ଷଣ କାରୀ ହତ୍ୟାକାଣ୍ଡ ସଂଘଟିତ ହୋଇଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ନର୍ଲା ଓ କେସିଙ୍ଗା ପୋଲିସ ଅପରାହ୍ନ ୪ ଟା ବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଖୁନି ଆସାମିକୁ ଧରିବାରେ ସକ୍ଷମ ହୋଇପାରି ନଥିଲେ । ଭବାନୀପାଟଣାରୁ ରିଜର୍ଭ ପୋଲିସ ଫୋର୍ସ ଆସିବା ପରେ ମର୍ଡର ହୋଇଥିବା କୋଠରୀର କବାଟ ଭାଙ୍ଗି ଭିତରେ ପଶି ଖୁନି ଆସାମୀକୁ କରାୟତ କରି ଥାନାକୁ ନେଇ ଆସିଥିବା ଜଣାପଡିଛି । ନିଜ ଜନ୍ମ କଲା ମା’ର ମୁଣ୍ଡକୁ ଟାଙ୍ଗିଆ ଚୋଟରେ ହାଣିବା ସହିତ ଦେହରେ ମଧ୍ୟ ଅନେକ ସ୍ଥାନରେ ଟାଙ୍ଗିଆ ଚୋଟ ମାରିଥିବା କୁହାଯାଉଛି । ପୁଲିସ ଆସାମୀକୁ ଗିରଫ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।


