ନିଜ ଗାଁ ଶ୍ମାଶନରେ ଜଳିଲା ପୂର୍ବତନ ବିଧାୟକଙ୍କ ଚିତା || RAYGADA NEWS

ନିଜ ଗାଁ ଶ୍ମାଶନରେ ଜଳିଲା ପୂର୍ବତନ ବିଧାୟକଙ୍କ ଚିତା || RAYGADA NEWS

Share with people

କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କର ମଙ୍ଗଳବାର ପୈତୃକ ଗାଁ କାଶୀପୁର ବ୍ଲକ୍ କୁଚେଇପଦରରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରୁ ଆମ୍ବୁଲାନ୍ସ ଯୋଗେ
ମରଶରୀର ରାୟଗଡ଼ା ଅଣାଯାଇଁ ଶେଷ ଦର୍ଶନ ପାଇଁ ନିଜ ଘରେ ରଖାଯାଇଥିଲା। ପରେ ତାଙ୍କ ପୈତୃକ ଗାଁ କୁଚେଇପଦର
ନିଆଯାଇଥିଲା । ନବରଙ୍ଗପୁରର ପୂର୍ବତନ ଏମ୍‌ ପ୍ରଦୀପ ମାଝୀ, କୋରାପୁଟ ପୂର୍ବତନ ଏମ୍ପି ଝିନ ହିକକା, ତାଙ୍କ ସ୍ତ୍ରୀ କୌଶଲ୍ୟା ହିକକା, ରାୟଗଡ଼ା ଜିଲାପରିଷଦର ପୂର୍ବତନ ଅଧ୍ୟକ୍ଷ କେତକୀ ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ ଶେଷ ଦର୍ଶନ ପାଇଁ ଆସିଥିବା ପୂର୍ବତନ ଏମ୍ ପ୍ରଦୀପ ମାଝୀ ଓ ବ୍ଲକ୍ ଅଧ୍ୟକ୍ଷ କଣ୍ଠ ମାଝୀ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଶେଷଦର୍ଶନ କରିଥିଲେ।


ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଗତ କିଛି ମାସ ହେବ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି କୋରାପୁଟ ଲୋକ ସଭା ସଦସ୍ୟ ସପ୍ତଗିରି ଶଙ୍କର ଉଲାକା,
ରାୟଗଡ଼ା ବିଧାୟକ ଆପଲସ୍ଵାମୀ କାଡ୍ରାକା, ବରିଷ୍ଠ କଂଗ୍ରେସ ନେତା ଦୁର୍ଗାପ୍ରସାଦ ପଣ୍ଡା, ଝୁନା ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଏମ୍ସ ଯାଇ ଶେଷ ଦର୍ଶନ କରିଥିଲେ। ପୂର୍ଣ କଂଗ୍ରେସର ପୂର୍ବତନ ଟାଣୁଆ ନେତା ତଥା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ସ୍ଵର୍ଗତ ଅନନ୍ତରାମ ମାଝୀଙ୍କ ବଡ଼ ପୁଅ। ଅନନ୍ତରାମ ମାଝୀ ମୃତ୍ୟୁବରଣ କରିବା ପରେ ଉପନିର୍ବାଚନରେ ପୂର୍ଣ୍ଣ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *