ନିଖୋଜ ୪ ବର୍ଷର ନାବାଳିକାଙ୍କ ମୃତ ଶରୀର ଗାଁ ପୋଖରୀରୁ ଠାବ; ଶବ ବ୍ୟବଛେଦ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

ନିଖୋଜ ୪ ବର୍ଷର ନାବାଳିକାଙ୍କ ମୃତ ଶରୀର ଗାଁ ପୋଖରୀରୁ ଠାବ; ଶବ ବ୍ୟବଛେଦ ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

Share with people

ଝିଅ ପ୍ରାଚୀଗତକାଲି ଅପରାହ୍ନ ୪ ଘଟିକା ସମୟରୁ ନିଖୋଜ ରହିଥିଲେ I ପ୍ରାଚୀଙ୍କ ନିଖୋଜ କୁ ନେଇ ବିଭିନ୍ନ ସ୍ଥାନ ଖୋଜିବା ସହିତ ସୋସିଆଲ ମିଡ଼ିଆର ୱାଟ୍ସଅପରେ ପ୍ରାଚୀର ଫୋଟୋ ପୋଷ୍ଟ ହୋଇଥିଲା I ଶେଷରେ ନିଖୋଜ ପ୍ରାଚୀର ମୃତ ଶରୀର ଠିକ ୫ ଘଣ୍ଟା ପରେ ଘର ପଛ ପଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି I

୪ ବର୍ଷ ନାବାଳିକାର ମୃତ ଶରୀର ଗାଁ ପୋଖରୀରୁ ଠାବ ହୋଇଛି:

ଅପରାହ୍ନ ୪ ଘଂଟିକା ସମୟ ରୁ ନିଖୋଜ ରହିଥିବା ୪ ବର୍ଷ ନାବାଳିକାର ମୃତ ଶରୀର ଗାଁ ପୋଖରୀରୁ ଠାବ ହୋଇଛି I ଅଗ୍ନିଶମ ବାହିନୀ ପକ୍ଷରୁ ମୃତ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ ପାଇଁ ଭର୍ତ୍ତି କରାଯାଇଛି I ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଂଚାୟତ ଅଧୀନରେ ରହିଥିବା ପାଟପୁର ଭଣ୍ଡାରି ସାହିର ଗାଁ ପୋଖରୀରେ I ମୃତ ନାବାଳିକାର ନାମ ଅର୍ଣପୂର୍ଣା ବେହେରା(ପ୍ରାଚୀ)ବୟସ ୪ବର୍ଷା, ପିତାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ବେହେରା (ଚିନ୍ତା) ମାତା :- ସରୋସୃତି ବେହେରାଙ୍କ ଝିଅ I ସୂଚନା ଅନୁଯାୟୀ ଝିଅ ପ୍ରାଚୀଗତକାଲି ଅପରାହ୍ନ ୪ ଘଟିକା ସମୟରୁ ନିଖୋଜ ରହିଥିଲେ I ପ୍ରାଚୀଙ୍କ ନିଖୋଜ କୁ ନେଇ ବିଭିନ୍ନ ସ୍ଥାନ ଖୋଜିବା ସହିତ ସୋସିଆଲ ମିଡ଼ିଆର ୱାଟ୍ସଅପରେ ପ୍ରାଚୀର ଫୋଟୋ ପୋଷ୍ଟ ହୋଇଥିଲା I ଶେଷରେ ନିଖୋଜ ପ୍ରାଚୀର ମୃତ ଶରୀର ଠିକ ୫ ଘଣ୍ଟା ପରେ ଘର ପଛ ପଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି I ଭଳି ମୃତ୍ୟୁର କାରଣ ଅସ୍ପୃଷ୍ଟ, ଉକ୍ତ ଅଂଚଳରେ ଶୋକାକୁଳ ପରିବେଶ ଦେଖୀବାକୁ ମିଳିଥିଲା I ସେପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୃତ ପ୍ରାଚୀଙ୍କ ପରିବାର ପକ୍ଷରୁ ଥାନରେଲିଖୀତ ଅଭିଯୋଗ ଦିଆଯାଇଛି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *