ନାରୀ ସୁରକ୍ଷାକୁ ନେଇ ରାଜ୍ୟସାରାରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ, କୋରାପୁଟରେ ବିଜୁ ମହିଳା ଜନତା ଦଳ କର୍ମୀମାନେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହିତ କଲେ ଜୋରଦାର ଆନ୍ଦୋଳନ ।
ନାରୀ ସୁରକ୍ଷାକୁ ନେଇ ରାଜ୍ୟସାରାରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ, କୋରାପୁଟରେ ବିଜୁ ମହିଳା ଜନତା ଦଳ କର୍ମୀମାନେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହିତ କଲେ ଜୋରଦାର ଆନ୍ଦୋଳନ । କର୍ମୀମାନଙ୍କ କହିବା ଅନୁସାରେ, ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯାତନା, ଧର୍ଷଣ ଓ ହିଂସା ଘଟଣା ବଢିବାକୁ ଲାଗିଛି। ଏହି ଘଟଣାମାନଙ୍କୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦାବି କରିଛନ୍ତି।

ବିଜୁ ମହିଳା ଜନତା ଦଳ ନେତୃତ୍ୱ କହିଛି, ଯେତେବେଳେ ଜନତାଙ୍କୁ ସୁରକ୍ଷା ଦେବା ଥିଲା ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ, ସେତେବେଳେ ସରକାରଙ୍କ ଅସଫଳତାର କାରଣରୁ ଆଜି ନାରୀମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି। କୋରାପୁଟରେ ବିଜୁ ମହିଳା ଜନତା ଦଳର କର୍ମୀମାନେ ନାରୀ ସୁରକ୍ଷା ପାଇଁ ସ୍ୱର ଉଚ୍ଚ କରିବା ସହିତ, ସରକାରକୁ ସତର୍କ କରିଛନ୍ତି – ଆଗାମୀ ଦିନରେ ଯଦି ନାରୀ ଉପରେ ହେଉଥିବା ନିର୍ଯାତନା ରୋକି ପାରିବାରେ ସରକାର ବିଫଳ ହୁଏ, ତେବେ ଏହି ସରକାରକୁ ଗାଦି ଛାଡିବାକୁ ପଡିବ।
ସଂଗଠନର ନେତୃତ୍ୱ କହିଛନ୍ତି, “ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ କାନୁନୀ ପଦକ୍ଷେପ ନିଆଯାଉ, ଅପରାଧୀମାନଙ୍କୁ କଡ଼ା ସଜା ଦିଆଯାଉ ଓ ପୋଲିସ ପ୍ରଶାସନଙ୍କୁ କାର୍ଯ୍ୟକୁଶଳ କରାଯାଉ।”
ଦିନକୁ ଦିନ ନାରୀ ଉପରେ ନିର୍ଯାତନା ବଢିବାକୁ ଲାଗିଛି। ଯଦି ନାରୀ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଇନଥିବେ, ତାହାହେଲେ ଜନତାଙ୍କ ଆଶୀର୍ବାଦ ହାରାଇ, ସରକାରକୁ ଗାଦି ଛାଡିବାକୁ ପଡିବ।”

