
ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଇଲାକାରେ ଜନୈକା ୧୧ବର୍ଷୀୟା ନାବାଳିକାଙ୍କୁ ମୋବାଇଲ ଦେଖାଇବା ବାହାନାରେ ବାରମ୍ବାର ଦୁଷ୍କର୍ମକରି ଗର୍ଭବତୀ କରିବା ଘଟଣାରେ ସୋମବାର ରାତି ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ କାବୁକଲା ବୈଶିଙ୍ଗା ପୁଲିସ l ସୂଚନା ମୁତାବକ ୧୧ବର୍ଷୀୟା ନାବାଳିକାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହିତ କ୍ରମଶଃ ଅବନତି ଦେଖାଦେବାରୁ ଘରଲୋକେ ଡାକ୍ତରଖାନା ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ l ଡାକ୍ତରଖାନାରେ ପରୀକ୍ଷା ନିରୀକ୍ଷା ପରେ ନାବାଳିକା ଜଣକ ତିନିମାସର ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ l ଏହାପରେ ଘରକୁ ଆସି ପଚରା ଉଚରା ପରେ ସମ୍ପର୍କୀୟ ଅଜା ମୋବାଇଲ ଦେଖାଇବା ବାହାନାରେ ଦୁଷ୍କର୍ମ କରିଥିବା ନେଇ ପୀଡିତା ପ୍ରକାଶ କରିଥିଲେ l ତେବେ ଅଭିଯୁକ୍ତ ଜଣକ ୮ରୁ ଦଶଥର ଦୁଷ୍କର୍ମ କରିଥିବା ନେଇ ପଚରା ଉଚରା ପରେ ପ୍ରକାଶ କରିଛି l ଏନେଇ ସୋମବାର ରାତି ଗ୍ରାମରେ ବୈଠକ ବସିଥିବା ବେଳେ ବିଶ୍ୱସ୍ତସୂତ୍ରରୁ ଖବରପାଇ ବେତନଟୀ ଏସଡ଼ିପିଓ ମିନତୀ ବିଶ୍ୱାଳଙ୍କ ନିର୍ଦେଶକ୍ରମେ ବୈଶିଙ୍ଗା ପୁଲିସର ଏକ ଟିମ ଛାପା ମାରିଥିଲା l ଗାଁ ବୈଠକରୁ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଧାନକ୍ଷେତରେ ମାଡ଼ିବସି ପୁଲିସ କାବୁ କରିନେଇଥିଲା l ଦୁଷ୍କର୍ମକାରୀକୁ ବୈଶିଙ୍ଗା ପୁଲିସ ନିଜ ହେପାଜତକୁ ନେଇଥିବା ବେଳେ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି l

