ବିଷାକ୍ତ ନାଗ ସାପ କାମୁଡ଼ିବାରୁ ଉତ୍ୟକ୍ତ ହୋଇ ସାପକୁ କଚାଡି ମାରିଦେଲେ
ଯୁବକଙ୍କୁ କାମୁଡ଼ିଲା ବିଷାକ୍ତ ନାଗ ସାପ। ୩ ରୁ ୪ ଜାଗା କାମୁଡା ଖାଇ ସାରିବା ପରେ ଉତ୍ୟକ୍ତ ହୋଇ ସାପକୁ କଚାଡି ମାରିଲେ ଆଉ ମୃତ ସାପକୁ ସାଙ୍ଗରେ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ମେଡିକାଲରେ। ଉଦଳା ଥାନା ନାଗପାଳ ଗ୍ରାମର ଅଜିତ କର୍ମକାର ଆଜି ସନ୍ଧ୍ୟାରେ ଘର ପାଖରେ ଦୁଇ ଗୋଟି ସାପ ଖେଳୁଥିବା ଦେଖିଥିଲେ। ଗୋଟିଏ ସାପକୁ ସେ ଯାଇ ଧରିଥିଲେ, ଧରିଥିବା ସାପଟି ତାଙ୍କୁ ୩ ରୁ ୪ ଥର କାମୁଡିଥିଲା। ଏହା ପରେ ଅଜିତ ଉକ୍ତ ନାଗ ସାପକୁ ସେଠାରେ କଚାଡି ମାରିଥିଲେ ଏବଂ ମାରିଥିବା ସାପକୁ ସାଙ୍ଗରେ ଧରି ପହଞ୍ଚିଥିଲେ ଉଦଳା ମେଡିକାଲରେ। ଯାହାକୁ ଦେଖି ମେଡିକାଲ ଲୋକେ କାବା। ତେବେ ସାପକୁ ଚିହ୍ନଟ କରି ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲେ ସୁଦ୍ଧା ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରି ଦିଆଯାଇଛି। ଏଭଳି ଘଟଣାକୁ ନେଇ କିଛି ସମୟ ପାଇଁ ଉଦଳା ମେଡିକାଲରେ ଚଞ୍ଚଲ୍ୟ ଖେଳିଯାଇଥିଲା।
