ଓରକେଲ ପୋଲିସ ଦ୍ୱାରା ଜଣେ କ୍ବାକ/ନକଲି ଡାକ୍ତର ଗିରଫ : ଇଂଜେକସନ, ସାଲାଇନ ଦେଇ ଲୁଟୁଥିଲା ହଜାର ହଜାର ଟଙ୍କା
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଦ୍ୱାରା ଆଜି ଜଣେ କ୍ୱାକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଗତ କିଛି ଦିନ ହେବ ଚିତ୍ରକୋଣ୍ଡା ଅଞ୍ଚଳ, ପୁରୁଣା ଚିମଟାପାଲ୍ଲୀ ପଂଚାୟତ ଏବଂ ନିଳାକାମ୍ବେରୁ ପଞ୍ଚାୟତ ଅଧିନସ୍ଥ କିଛି ଗ୍ରାମ ଗୁଡିକରେ କୌଣସି ବ୍ୟକ୍ତି ଙ୍କୁ ଯଦି ରୋଗ ହୁଏ ତାହେଲେ ନିଜକୁ ଡାକ୍ତରର ପରିଚୟ ଦେଇ ବେଆଇନ ଭାବେ ଔଷଧ ଏବଂ ଇଂଜେକସନ ଦିଆଯାଉଥିବାର ଅଭିଯୋଗ ଆସିଥିଲା। ଏହି ଘଟଣା ର ସମ୍ପୂର୍ଣ୍ଣ ତଦନ୍ତ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ କରିବା ସହ ନକଲି ଡାକ୍ତର/କ୍ୱାକ ଟିର ଘର ଠିକଣା ପାଇଥିଲେ। ତେବେ ଏହି କ୍ୱାକ ଟିର ନାମ ବିଦ୍ୟାଧର ହାଲଦାର(୩୮) ଏବଂ ତାଙ୍କ ଘର ପୁରୁଣା ଚିମଟାପାଲ୍ଲୀ ପଞ୍ଚାୟତ ର ଏମଭି-୧୨୦ ଗ୍ରାମର ବୋଲି ଜଣାପଡ଼ିଥିଲା। ପରେ ପୋଲିସ ମଙ୍ଗଳବାର ଏମଭି-୧୨୦ ଗ୍ରାମରେ ପହଂଚି କ୍ୱାକ ବିଦ୍ୟାଧର ଙ୍କୁ ଗିରଫ କରି ଓରକେଲ ଥାନା କୁ ଆଣିଥିଲା। ଏଥିସହ କ୍ୱାକ ଜଣଙ୍କ ନିକଟରୁ ବିପୁଳ ପରିମାଣର ଔଷଧ ପତ୍ର ମଧ୍ୟ ଜବତ କରିଥିଲା। ତେବେ ଏହି କ୍ୱାକ ଜଣକ ଫାର୍ମାସୀ କୋର୍ସ ଅଧ୍ୟୟନ କରିନଥିବା କହିଥିବା ବେଳେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ୮ମ ପାସ ଏବଂ ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ମାଲକାନଗିରି ସହର ଏକ ମେଡ଼ିକାଲ ଷ୍ଟୋର ରେ କାମ କରୁଥିବା ପୋଲିସ ସମ୍ମୁଖରେ କହିଥିଲା। ତେଣୁ ସେ ସେହି ଔଷଧ ଦୋକାନ ରେ ରହି ଏହି ଅଳ୍ପ ବିଦ୍ୟା ଶିଖି ଅଞ୍ଚଳରେ କାହାକୁ ଜ୍ୱର ଏବଂ ଝାଡା ବାନ୍ତି ହେଲେ କିଛି କିଛି ଔଷଧ ଦେବା ସହ ଇଂଜେକସନ, ସାଲାଇନ ମଧ୍ୟ ଅଞ୍ଚଳରେ ଲୋକମାନଙ୍କୁ ଦେଇ ହଜାର ହଜାର ଟଙ୍କା ଲୁଟୁଥିବା ସହ ଆଜିକୁ ଦୀର୍ଘ ୧୦ ବର୍ଷ ଧରି ସେ ଏହି କ୍ୱାକ କାର୍ଯ୍ୟ କରି ଆସୁଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲା। ତେବେ ଆଜି ଓରକେଲ ଥାନା ରେ କେସ ନଂ ୯୬/୨୫ରେ ମାମଲା ରୁଜୁ କରି ଏହି କ୍ୱାକ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଏସଡିପିଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
