ଧାନ ବିଲରୁ ଉଦ୍ଧାର ହେଲା ଅଚିହ୍ନା ବୟସ୍କ ବ୍ୟକ୍ତିଙ୍କ ମୃତଦେହ । ଘଟଣା ଘଟିଛି କୋଣାର୍କ ଥାନା ଅନ୍ତର୍ଗତ ଅଚ୍ୟୁତପୁର ପଞ୍ଚାୟତର ଆଲପୁରୁ ଗ୍ରାମରେ | ଗାଁ ଲୋକେ ବିଲକୁ ଯିବା ସମୟରେ ବିଲରେ ମୃତଦେହକୁ ଦେଖି କୋଣାର୍କ ପୋଲିସକୁ ଦେଇଥିଲେ ଖଵର। ଖବର ପାଇ ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ଶବକୁ ଜବତ କରିଆରମ୍ଭ କରିଛି ତଦନ୍ତ । ଏହା ହତ୍ୟା କାଣ୍ଡ କି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ।ସେପଟେ ମୃତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିନାହିଁ। କୋଣାର୍କ ପୋଲିସ ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି ।

