ଚାଷ ଜମିରେ ଶାଶୁ ଓ ବୋହୁ ମିଶି ଧାନ କାଟୁଥିବା ସମୟରେ ଅଘଟଣ

ଚାଷ ଜମିରେ ଶାଶୁ ଓ ବୋହୁ ମିଶି ଧାନ କାଟୁଥିବା ସମୟରେ ଅଘଟଣ

Share with people

ଚାଷ ଜମିରେ ଶାଶୁ ଓ ବୋହୁ ମିଶି ଧାନ କାଟୁଥିବା ସମୟରେ ଅଘଟଣ l ଧାନ କାଟୁଥିବା ସମୟରେ ମହୁମାଛି ଆକ୍ରମଣ ରେ ଶାଶୁ ଗୁରୁତର,ବୋହୁ ଓ ଦୁଇ ନାତୁଣୀ ଆହତ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତୁମୁଡିବନ୍ଧ ଥାନା କରୁକୁଡୁପା ପଂଚାୟତ ର ଟେଣ୍ଡ୍ରିଙ୍ଗ ଗାଁ ରେ l ଶାଶୁ ପଲାମୀ ମାଝୀ, ବୋହୁ ପାରତମା ପ୍ରଧାନ,ଏଥିସହ ପାରତମା ଙ୍କ ଦୁଇ ଝିଅ ଙ୍କୁ ମଧ୍ୟ ମହୁମାଛି ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା l ଗୁରୁତର ଅବସ୍ଥାରେ ଶାଶୁ ଓ ଆହତ ବୋହୁ ଓ ଦୁଇ ନାତୁଣୀ ଙ୍କୁ ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଶାଶୁ ପଲାମୀ ଙ୍କ ଅବସ୍ଥା ଅଧିକ ଗୁରୁତର ହେବା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *